Dhamnagar Bypoll Results: BJP candidate leading with 1379 votes
ଆଜି ଆସିବ ଧାମନଗର ଉପନିର୍ବାଚନ ଫଳାଫଳ। ଧାମନଗରରେ କିଏ ମାରିବ ବାଜି ? କାହାକୁ ନେତା ଭାବେ ବାଛିବେ ଧାମନଗରବାସୀ ? ଆଜି ସବୁକିଛି ସ୍ପଷ୍ଟ ହୋଇଯିବ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେପି ଆଗରେ ରହିଛି। ମୋଟ୍ ୧୪ଟି ଟେବୁଲ୍ରେ ୧୮ ରାଉଣ୍ଡ୍ ଗଣତି କରାଯିବ। ବିଜେଡିକୁ ପଛରେ ପକାଇ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ଆଗରେ ରହିଛି।
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୬୦୦୦ ଭୋଟ୍ରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ୪୮.୧୭ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ମିଳିଛି ୪୩.୦୩ ପ୍ରତିଶତ ଭୋଟ। ବିଜେଡିିର ଅବନ୍ତୀ ଦାସ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି।
ଅବନ୍ତୀ ଦାସ (ବିଜେଡି)
- ପ୍ରଥମ ଥର ବିଧାୟକ ପ୍ରାର୍ଥୀ
- ଅବନ୍ତୀଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି ବିଜେଡି
- ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ
- ଏସ୍ଏଚ୍ଜି ସଦସ୍ୟାରୁ ରାଜନୀତି ମୈଦାନ
ସୂଯର୍ୟବଂଶୀ ସୂରଜ (ବିଜେପି)
- ପ୍ରଥମ ଥର ବିଧାୟକ ପ୍ରାର୍ଥୀ
- ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ
- ରହିଛି ବାପାଙ୍କ ଅନୁକମ୍ପା ଭୋଟ୍
ବାବା ହରେକୃଷ୍ଣ ସେଠୀ (କଂଗ୍ରେସ)
- ପ୍ରଥମ ଥର ବିଧାୟକ ପ୍ରାର୍ଥୀ
- କଂଗ୍ରେସର ତୃଣମୂଳ ସ୍ତରର ସଂଗଠକ
- ଆଇନଜୀବୀ ଭାବେ ଜଣେ ପରିଚିତ ଚେହେରା
ରାଜେନ୍ଦ୍ର ଦାସ (ସ୍ୱାଧୀନ)
- ବିଜେଡିର ଟାଣୁଆ ନେତାରୁ ବିଦ୍ରୋହୀ
- ୨୦୦୯ର ବିଧାୟକ, ୩ ଥର ଲଢ଼ିଛନ୍ତି ବିଧାନସଭା ଭୋଟ୍
- ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାରୁ ବିଜେଡିରୁ ବହିଷ୍କୃତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1667710266.jpg)