Advertisment

ଛିଣ୍ଡୁନି ବିଜେଡିର ଧାମନଗର ଅଙ୍କ : ଘନଘନ ବୈଠକ ସତ୍ତ୍ୱେ ତୁଟୁନି ଗୋଷ୍ଠୀ କନ୍ଦଳ

ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ପରେ କ୍ୟାମ୍ପେନ ଆରମ୍ଭ,ପିସିସି ସଭାପତି କହିଲେ ଖୁବଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା...

ଅଦ୍ୟତନ ହୋଇଛି
undefined

Dhamnagar bypolls

Advertisment

ମାଳମାଳ ଆଶାୟୀ, ଟିକଟ୍ କିନ୍ତୁ ଗୋଟିଏ କାହାକୁ ପ୍ରାର୍ଥୀ କରାଯିବ? ଅସନ୍ତୁଷ୍ଟଙ୍କୁ କିପରି ମନାଯିବ? ଧାମନଗର ଉପନିର୍ବାଚନକୁ ନେଇ ଅକଳରେ ବିଜେଡି । ଆଶାୟୀଙ୍କ ସଂଖ୍ୟା ବି ଏହାଭିତରେ ବଢି ବଢି ୭ରେ ପହଞ୍ଚିଲାଣି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ, ନୂଆ ଚେହେରା ଭାବେ ଡାକ୍ତର ସଂଜୟ ଦାସ, ଦଳିତ ଚେହେରା ଭାବେ ବିଜେଡିରେ କାମ କରୁଥିବା ରାଜେନ୍ଦ୍ର ପ୍ରସାଦ ଜେନା, ୨୦୧୪ରେ ବିଜେପିରୁ ଭଦ୍ରକ ଲୋକସଭା ପାର୍ଥୀ ହୋଇଥିବା ଶରତ ଦାସ, ୨୬ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଗୀତାଞ୍ଜଳି ମଲ୍ଲିକଙ୍କ ପୁଅ ତଥା ଯୁବ ବ୍ୟବସାୟୀ ସ୍ପନ୍ଦନ ମଲ୍ଲିକ, ଭଦ୍ରକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ପ୍ରମୁଖ ଟିକଟ୍ ପାଇଁ ଦାବିଦାର ଅଛନ୍ତି ।

Advertisment

ଏହି ଅଙ୍କ ଏଯାଏଁ ଛିଣ୍ଡି ନଥିବାବେଳେ ବିଜେଡି କିନ୍ତୁ ପଦଯାତ୍ରା ଆଳରେ ବୈଠକ ପରେ ବୈଠକ କରୁଛି । ଭିତରେ କହୁଳୁଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାକୁ ଉଦ୍ୟମ ଚାଲିଛି । ଆଜି ମଧ୍ୟ ଏକ ବିଶାଳ ପଦଯାତ୍ରା ଦୋବଳ କାଳୀ ପଡ଼ିଆରୁ ବାହାରି ସୋଧର ଧର୍ମ ପଡ଼ିଆରେ ପହଞ୍ଚିଥିଲା । ଏଥିରେ ମନ୍ତ୍ରୀ, ସାଂସଦ, ବିଧାୟକ, ଆଶାୟୀ ପ୍ରାର୍ଥୀ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତହେବା ପରେ ତାଙ୍କୁ ଜିତାଇବା ପାଇଁ ଦଳ ସ୍ୱତନ୍ତ୍ର ଷ୍ଟ୍ରାଟେଜି କରିଛି । ସୂର୍ଯ୍ୟବଂଶୀ ସୋସିଆଲ ମିଡିଆରେ ବି କ୍ୟାଂପେନ୍ ଆରମ୍ଭ କରିଦେଇଛନ୍ତି । ତା ସହିତ ବିଭିନ୍ନ ଗାଁକୁ ଯାଇ ପ୍ରଚାର କରୁଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ଦଳର ଅନ୍ୟ ନେତାମାନେ । ଭଦ୍ରକରେ ରହି ନିର୍ବାଚନ ରଣନୀତି ତୟାର କରିଛନ୍ତି କିଏ କେଉଁ ଦାୟିତ୍ୱରେ ରହିବେ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

Advertisment

ସେପଟେ କଂଗ୍ରେସ୍ ଧାମନଗର ନିର୍ବାଚନ ମଣ୍ଡଳୀରେ ଥିବା ଗ୍ରାଉଣ୍ଡ ଲେବଲର ନେତା, କର୍ମୀଙ୍କ ଫିଡବ୍ୟାକ୍ ନେବା ପରେ ବରିଷ୍ଠ ନେତାମାନେ ମଧ୍ୟ ଆଲୋଚନା କରିଛନ୍ତି । ରେସରେ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ, ହରେକୃଷ୍ଣ ସେଠୀ, ବିଦ୍ୟାଧର ଜେନା, ପଂଚାନନ ମଣ୍ଡଳଙ୍କ ପରି ବହୁ ନେତା ଅଛନ୍ତି । କସରତ ଶେଷ ହୋଇଛି, ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ବୋଲି ପିସିସି ସଭାପତି କହିଛନ୍ତି ।

ଧାମନଗର ବ୍ଳକର ୩୧ଟି ପଂଚାୟତ, ତିହିଡି ବ୍ଳକର ୧୩ଟି ପଂଚାୟତ ଓ ନବଗଠିତ ଧାମନଗର ଏନଏସିରେ ୧୧ଟି ଓ୍ୱାର୍ଡକୁ ନେଇ ଧାମନଗର ନିର୍ବାଚନ ମଣ୍ଡଳୀ । ଏଥର ଧାମନଗରବାସୀ ପୂର୍ବଭଳି ପଦ୍ମ ଉପରେ ଭରସା କରୁଛନ୍ତି ନା ଆଉ କାହାକୁ ବାଛୁଛନ୍ତି ତା ଉପରେ ନଜର ରହିଛି ।

Advertisment
BJD BJP Congress Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ