Demand For Veer Surendra Sai's Statue In Parliament Grows
ଅବହେଳିତ ଅବସ୍ଥାରେ ଆଜି ଶହିଦ ବୀର ସୁରେନ୍ଦ୍ର ସାଏ ।ସୁରେନ୍ଦ୍ର ସାଏଙ୍କୁ ଉଚିତ୍ ସମ୍ମାନ ମିଳିବା କଥା ତାହା ଏପର୍ଯ୍ୟନ୍ତ ମିଳିପାରି ନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ସଂସଦରେ ମଧ୍ୟ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଉଭୟ ବିଜେପି ଓ ବିଜେଡି ଏହି ଦାବି ଯଥାର୍ଥ ବୋଲି କହିଛନ୍ତି ।
ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଓ ରେଢାଖୋଲ ବିଧାୟକ ରୋହିତ ପୁଜାରୀ ଏହାକୁ ସମର୍ଥନ କରିଛନ୍ତି । ପଶ୍ଚିମ ଓଡିଶାର ସାଂସଦମାନେ ଏ ନେଇ ଦାବି ଉଠାଇଥିବା ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି । ବିଭିନ୍ନ ସାମାଜିକ- ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ପ୍ରତିମୂର୍ତ୍ତି ପାଇଁ ଦାବି କରିଛନ୍ତି ।
ଏନେଇ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ଟୁରିସିମ୍ ବିଭାଗ ସହିତ ଆଲୋଚନା କରି ସେହି ଅଞ୍ଚଳର ଉନ୍ନତିକରଣ କରାଯିବ । ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସୁବିଧା ଯୋଗାଇଦିଆଯିବ ।
ସେହିପରି ଏନେଇ ରେଢାଖୋଲ ବିଧାୟକ ରୋହିତ ପୂଜାରୀ କହିଛନ୍ତି ଯେ, ବୀର ସୁରେନ୍ଦ୍ର ସାଏ ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ଗର୍ବ ଗୌରବ ଥିଲେ । ସଂସଦରେ ତାଙ୍କୁ ଉଚିତ୍ ନ୍ୟାୟ ମିଳିବା ଆବଶ୍ୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁରେନ୍ଦ୍ରଙ୍କ ଜନ୍ମ ମାଟି ଖିଣ୍ଡା ଗାଁକୁ ଏକ ପର୍ଯ୍ୟଟନସ୍ଥଳୀ ରୂପେ ପରିବର୍ତ୍ତନ କରିବା ପାଇଁ ଦାବି କରାଯାଇଛି ।
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମୂର୍ତ୍ତି ରହିବା ନିହାତି ଆବଶ୍ୟକ । ଯେଉଁଥିପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଂସଦମାନେ ମିଳିତଭାବେ ସ୍ୱର ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦାବିକୁ ନିଶ୍ଚିତ ଭାବରେ ପୂରଣ କରିବେ ବୋଲି ଆଶା ରଖିଥିବାର କହିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାୟକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643014911.jpg)