Advertisment

ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲରେ କଣ ହେବ ବିଜେଡିର ଆଭିମୁଖ୍ୟ?

ମୋଦି ସରକାରକୁ YSR କଂଗ୍ରେସର ସମର୍ଥନ, ଅକଳରେ ବିଜେଡି । ସୁପ୍ରିମୋ ନେବେ ନିଷ୍ପତ୍ତ.. କଂଗ୍ରେସର ଅଭିଯୋଗ ବିଜେପି-ବିଜେଡି ଏକ

ଅଦ୍ୟତନ ହୋଇଛି
BJD

BJD

Advertisment

ମୋଦି ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲକୁ ନେଇ ଅଡୁଆରେ ବିଜେଡି । ଖାସ୍ କରି YSR କଂଗ୍ରେସ ମୋଦି ସରକାରକୁ ଖୋଲାଖୋଲି ସମର୍ଥନ କରିବା ପରେ ଅକଳରେ ପଡ଼ିଛି ଦଳ । ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଏନଡିଏର କୌଣସି ଅସୁବିଧା ନଥିବାବେଳେ ଦିଲ୍ଲୀ ବିଲ୍ ପାସ୍ ବେଳେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରସଙ୍ଗକୁ ନେଇ ରାଜନୀତି ବଢୁଥିବା ବେଳେ ବିଜେଡି କହିଛି, ଏ ସଂପର୍କରେ ଦଳର ସୁପ୍ରିମୋ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି।...

Advertisment

କେନ୍ଦ୍ରର ସବୁ ବିଲକୁ ସମର୍ଥନ କରୁଥିଲାବେଳେ ଏବେ କେଉଁ ଫର୍ମୁଲା ବାହାର କରିବ ବିଜେଡି ? ଉଠୁଛି ପଡୁଛି ପାର୍ଲାମେଣ୍ଟ । ମଣିପୁର ହିଂସା ପ୍ରସଙ୍ଗରେ ମୋଦି ସରକାରକୁ ଅଡୁଆରେ ପକାଇବାକୁ ଉଦ୍ୟମ କରୁଛନ୍ତି ମିଳିତ ବିରୋଧୀ ଦଳ । ସେପଟେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବି ସଂସଦରେ ବିତର୍କ ହେବ। କିନ୍ତୁ ଲୋକସଭାରେ ଏନଡିଏ ସପକ୍ଷରେ ସଂଖ୍ୟା ରହିଥିବା ବେଳେ YSR କଂଗ୍ରେସ ସରକାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ହେଲେକଣ ରହିବ ବିଜେଡିର ଆଭିମୁଖ୍ୟ? କୁହାଯାଉଛି, ବିଜେଡି ସିଧାସଳଖ ସମର୍ଥନ ନକଲେ ବି ପରୋକ୍ଷରେ ସମର୍ଥନ ଦେଇପାରେ। ଏ ପ୍ରସଙ୍ଗରେ ଆଲୋଚନା ବେଳେ ଦଳଅନୁପସ୍ଥିତ ରହିବାର ସମ୍ଭାବନା ରହିଛି କିମ୍ବା ବିତର୍କ ବେଳେ କକ୍ଷତ୍ୟାଗ କରିପାରେ।

କିନ୍ତୁ ବଡ଼ ପ୍ରଶ୍ନ ଦିଲ୍ଲୀ ବିଲ୍ କୁ ନେଇ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ରହିବ?ବିଭିନ୍ନ ସମୟରେ ନବୀନ ପଟ୍ଟନାୟକ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ YSR କଂଗ୍ରେସ ଦିଲ୍ଲୀ ବିଲ୍ କୁ ସମର୍ଥନ କରୁଛି। ତେଣୁ ବିଜେଡି ଉପରେ ବିଜେପି, ଆଗ ଭଳି ନିର୍ଭରଶୀଳ ହେବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡି ଏପର୍ଯ୍ୟନ୍ତ କଣ ନିଷ୍ପତ୍ତି ନେବ, ସ୍ଥିର କରିନଥିବା ବେଳେ ବିଜେପି କହିଛି କିଏ ସମର୍ଥନ କରୁ ନକରୁ ସରକାରଙ୍କ ପାଖରେ ସଂଖ୍ୟା ରହିଛି। କଂଗ୍ରେସ କିନ୍ତୁ ପୁଣି ଅଭିଯୋଗ କରିଛି ବିଜେପି-ବିଜେଡି ଏକ୍।

Advertisment

ସେପଟେ ନବୀନଙ୍କ ଚିନ୍ତା ବଢାଇଛନ୍ତି ଜଗନ। ରାଜ୍ୟସଭାରେ ସଂଖ୍ୟା ଗଣିତକୁ ନେଇ ଖେଳ ବିଗିଡ଼ିବ କି ? YSR କଂଗ୍ରେସର ସମର୍ଥନ ପରେ ବିଜେଡିର ସମର୍ଥନ ଆଉ ଲୋଡ଼ା ହେବ କି ? ରାଜ୍ୟରେ ବିଜେପି ସହିତ ସିଧାସଳଖ ଟକ୍କର ହେଉଥିବାରୁ କେନ୍ଦ୍ରରେ କେଉଁ ଗେମ୍ ଖେଳିବ ଶାସକ ବିଜେଡି? ରାଜନୈତିକ ସମୀକ୍ଷକ କହିଛନ୍ତି ଯେହେତୁ ରାଜ୍ୟରେ ବିଜେପି ସହ ଲଢୁଛି ବିଜେଡି, ତେଣୁ ପ୍ରତ୍ୟକ୍ଷରେ ନୁହେଁ ପରୋକ୍ଷରେ ଏନଡିଏକୁ ସମର୍ଥନ କରିବ।

ବିଜେଡି ସମଦୂରତା ନୀତିରେ ରହିଛି। ଏହା ଦଳ ପାଇଁ ଏକ ପ୍ରକାର ସୁବିଧାବାଦୀ ଅସ୍ତ୍ର ହୋଇଛି। ତେବେ ବିଜେଡିର ଏହି ଫର୍ମୁଲା ଆଗକୁ କେତେ ସହାୟକ ହେବ ତାକୁ ନେଇ ଚର୍ଚ୍ଚା।...

Advertisment
BJD BJP Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ