Advertisment

Politics:ଓଡ଼ିଶାରେ SIRକୁ ନେଇ ତେଜିଲା ବୟାନବାଜି, ଜୋରଦାର ପ୍ରତିରୋଧ କରିବ କହିଲା କଂଗ୍ରେସ

ବିହାର ପରେ ନିର୍ବାଚନ କମିଶନଙ୍କ ସୁପାରିଶ କ୍ରମେ ଓଡିଶାରେ ଆସନ୍ତା ମାସରୁ ଏସଆଇଆର ପାଇଁ ନିଷ୍ପତ୍ତି। କିନ୍ତୁ ଏଠି ବି SIRକୁ ମାନିବାକୁ ନାରାଜ ବିରୋଧୀ। କଂଗ୍ରେସ କହିଛି ତୀବ୍ର ବିରୋଧ ହେବ। ବିଜେଡି ମାପିଚୁପି ପ୍ରତିକ୍ରିୟା ରଖି କହିଛି ଦଳ ଭୋଟରଙ୍କ ସହିତ ଅଛି। ତେବେ ଏସଆଇଆର ସପକ୍ଷରେ ମତ ରଖି ବିରୋଧଙ୍କ ଉପରେ ବର୍ଷିଛି ବିଜେପି। ଏପଟେ ୨୪ ବର୍ଷ ପରେ ଓଡ଼ିଶାରେ ଭୋଟର ଲିଷ୍ଟ ସଂଶୋଧନ କରିବାକୁ କମିଶନ ଏବଂ ପ୍ରଶାସନିକ କଳରେ ବି ବ୍ୟାପକ ପ୍ରସ୍ତୁତି। ....

ଅଦ୍ୟତନ ହୋଇଛି
SIR

SIR

Advertisment

ବିହାର ଭଳି ବି SIRକୁ ଓଡିଶାରେ ହେବ ତୀବ୍ର ବିରୋଧ । ରାଜ୍ୟରେ ଏସଆଇଆର ନିଷ୍ପତ୍ତି ପରେ ତେଜିଛି ରାଜନୀତି ।କଂଗ୍ରେସ କହିଛି, ନିଆଁ ଜଳିବ । ଷ୍ଟାଣ୍ଡ କ୍ଲିୟର କରିପାରୁନି ବିଜେଡି ।
୨୪ ବର୍ଷ ପରେ ରାଜ୍ୟରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଂଶୋଧନ ହେବାକୁ ଯାଉଛି। ବିହାର ନିର୍ବାଚନ ପୂର୍ବରୁ ଏହି ଏସଆଇଆର ବଡ ମୁଦ୍ଦା ସାଜିଥିବା ବେଳେ ଓଡିଶାରେ ଏହି ନିଷ୍ପତ୍ତିକୁ ନେଇ ବି ଆରମ୍ଭ ହୋଇଛି ରାଜନୈତିକ ହଟଚମଟ। କେବଳ ଜାତି ଧର୍ମ ଆଧାରରେ ଭୋଟରଙ୍କୁ ବାଦ୍ ଦେବାକୁ ଏହି ନିଷ୍ପତ୍ତି, ଓଡିଶାରେ ଲାଗୁ ହେଲେ ନିଆଁ ଜଳିବ ବୋଲି କହିଛି କଂଗ୍ରେସ। ସେପ୍ଟେମ୍ବର ୪ ତାରିଖରେ ଭୋଟ ଚୋରି ଏବଂ ଏସଆଇଆର ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ଦଳ। ବିଜେଡି କହିଛି, ଏହାକୁ ନେଇ ଏବେ ବଡ ବିତର୍କ ଚାଲିଛି, ଦଳ ସବୁବେଳେ ଭୋଟରଙ୍କ ସହିତ ରହିଛି। ବିଜେପିର ଜବାବ, ଯେଉଁମାନେ ଅତୀତରେ ଭୋଟ ଚୋରି ଇଭିଏମ ଜାଲିଆତି କରୁଥିଲେ. ସେମାନେ ତାର ସଂସ୍କାରକୁ ବିରୋଧ କରିବା ଆରମ୍ଭ କରିଛନ୍ତି ।ଓଡ଼ିଶାରେ ଏସଆଇଆରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯିଏ ଏହାକୁ ବିରୋଧ କରିବ ସିଏ ଓଡ଼ିଶା ଓ ଦେଶ ବିରୋଧୀ ।

Advertisment

S.I.R. ବା `ସ୍ବତନ୍ତ୍ର ସଘନ ସଂଶୋଧନ’ ହେଉଛି ଭୋଟର ତାଲିକାରେ ବ୍ୟାପକ ସଂଶୋଧନ। ବିହାର ଭଳି ଓଡ଼ିଶାରେ ବି ୨୦୦୨ ପର ଠାରୁ ଆଉ ଭୋଟର ତାଲିକାରେ ସଂଶୋଧନ ହୋଇନାହିଁ। ପ୍ରତିବର୍ଷ ଭୋଟର ତାଲିକାରେ Summary Revision ହୋଇଥାଏ ମାତ୍ର ସ୍ବତନ୍ତ୍ର ବ୍ୟାପକ ସଂଶୋଧନ ବା S.I.R. ହୋଇନଥାଏ। ସାରାଂଶ ସଂଶୋଧନରେ ଭୋଟରମାନେ ନିଜ ତରଫରୁ ଭୋଟର ତାଲିକାରେ କିଛି ପ୍ରମାଣ ଦେଇ ନିଜ ନାମ ଯୋଡ଼ି ଥାନ୍ତି ବା କାଟି ଥାନ୍ତି। ମାତ୍ର ସ୍ବତନ୍ତ୍ର ବ୍ୟାପକ ସଂଶୋଧନ ବା S.I.R.ରେ ବୁଥ୍ ଲେବଲ୍ ଅଫିସର ବା BLOମାନେ ଘର ଘର ବୁଲି ପ୍ରମାଣ ସହ ଭୋଟର ତାଲିକାରେ ସଂଶୋଧନ କରିବେ। ନଜର ପକାନ୍ତୁ ସଂଶୋଧନ ପାଇଁ ତଥା ଯାଞ୍ଚ ବେଳେ ଆପଣଙ୍କୁ କେଉଁ କେଉଁ ପ୍ରମାଣ ପତ୍ର ଦେଖାଇବାକୁ ହେବ। ବାର୍ଥ ସାର୍ଟିଫିକେଟ, ଆଧାର କାର୍ଡ, ପାସପୋର୍ଟ, ମାଟ୍ରିକ ସାର୍ଟିଫିକେଟ, ଜାତିଗତ ଏବଂ ଆବାସିକ ସାର୍ଟିଫିକେଟ ଏବଂ ସରକାରୀ ସଂସ୍ଥାରୁ ମିଳିଥିବା କୌଣସି ପରିଚୟ ପତ୍ର ଦେଖାଇ ପାରିବେ।

ସର୍ଭେ ପ୍ରକ୍ରିୟା ସାରି ୨୦୨୬ ଜାନୁଆରୀ ୭ରେ ଚୂଡାନ୍ତ ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ। ପ୍ରାଶାସନିକ ସ୍ତରରେ ବି ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି, ପ୍ରକ୍ରିୟାରେ ଡିଇଓ, ଇଆରଓ ଏବଂ ଏଇଆରଓ ଭାବରେ ଅଧିକାରୀଙ୍କୁ ନିଯୁକ୍ତ ଦିଆଯାଇଛି। ସର୍ଭେ ପ୍ରକ୍ରିୟାରେ କୌଣିସ ସମସ୍ୟା ଯେମିତି ନହୁଏ ସେଥି ପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

Advertisment
BJD Election Commission BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ