Advertisment

ନବୀନଙ୍କୁ 'ଅମର' ତୀର; ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ଉଠାଇଲେ ପ୍ରଶ୍ନ

ଗୋଟିଏ ପଟେ ଦଳକୁ ସଂଗଠିତ କରିବାକୁ ନବୀନଙ୍କ ପ୍ରୟାସ, ଅନ୍ୟପଟେ ଅଡୁଆ ସାଜିଲେଣି ଦଳୀୟ ନେତା। ଦିନେ ନବୀନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଅମର, ଆଜି ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅଦ୍ୟତନ ହୋଇଛି
undefined

Amar satapathy

Advertisment

ଗୋଟିଏ ପଟେ ଦଳକୁ ସଂଗଠିତ କରିବାକୁ ନବୀନଙ୍କ ପ୍ରୟାସ, ଅନ୍ୟପଟେ ଅଡୁଆ ସାଜିଲେଣି ଦଳୀୟ ନେତା। ବରିଷ୍ଠ ନେତା ଦେଲେଣି ବିସ୍ଫୋରକ ବୟାନ। ଶଶିଭୂଷଣ ବେହେରା, ପ୍ରଦୀପ ମାଝୀ, ଅବିନାଶ ସାମଲଙ୍କ ପରେ ଏବେ ଅମର ଶତପଥୀ। ଦିନେ ନବୀନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଅମର, ଆଜି ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସିଧାସଳଖ କହିଛନ୍ତି ନିର୍ବାଚନ ବିଜୟ ସମୟରେ ଯଦି ନବୀନ ଶ୍ରେୟ ନେଉଥିଲେ ତାହେଲେ ପରାଜୟର ଦାୟିତ୍ବ ବି ସେ ମୁଣ୍ଡାଇବେ। 

Advertisment

ଯେଉଁ ଚର୍ଚ୍ଚା ହେଉଛି ଯେ ପାଣ୍ଡିଆନଙ୍କ ଲାଗି ଦଳ ପରାଜିତ ହେଲା ସେ ବିଷୟରେ କୌଣସି ପ୍ରତିକ୍ରିୟା ଦେବିନି। କାରଣ ଆମେ ନବୀନଙ୍କୁ ହିଁ ନେତା ବାଛିଥିଲୁ, ପାଣ୍ଡିଆନ୍ଙ୍କୁ ନୁହେଁ। ନିର୍ବାଚନ ବିପର୍ଯ୍ୟୟ ସମୀକ୍ଷା କରି ଯଦି ଠିକଣା ପଦକ୍ଷେପ ନିଆନଯାଏ ତେବେ ଦଳ ପାଇଁ ଆଗକୁ ସଙ୍କଟ ଆସିପାରେ ବୋଲି ଚେତାଇଦେଇଛନ୍ତି। ସେପଟେ ଅମର ଶତପଥୀଙ୍କ ବୟାନଙ୍କୁ ସମର୍ଥନ କରିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। କହିଛନ୍ତି, ଦଳପତି ଏବେ ସମୀକ୍ଷା ଆରମ୍ଭ କରିଛନ୍ତି, ନିଶ୍ଚିତ ପଦକ୍ଷେପ ନେବେ। ଆମେ ସବୁ ନବୀନ ମାଳାରେ ବନ୍ଧା।

୨୪ ପରାଜୟ ପରେ ନବୀନ ଏବେ ସଂଗଠନ ସଜାଡିବାକୁ ମଇଦାନକୁ ଓହ୍ଲାଇଛନ୍ତି। ଗଣେଶ ପୂଜା ମଣ୍ଡପଠାରୁ ଦୁର୍ଗାପୂଜା ମଣ୍ଡପ ବୁଲୁଛନ୍ତି। ଏହାଦ୍ବାରା ଦଳ ବାର୍ତ୍ତା ଦେବାକୁ ଚାହୁଁଛି, ନବୀନ ସକ୍ରିୟ ଅଛନ୍ତି ଓ ଲୋକପ୍ରିୟତା ଏବେବି ସେମିତି ଅଖଣ୍ଡ ଅଛି। ତେବେ ଦଳରେ କିନ୍ତୁ ଗୋଷ୍ଠୀ କନ୍ଦଳ ଯେ ଚରମରେ, ତାହା ଜଳ ଜଳ ହୋଇ ଦିଶୁଛି। ଯାହାକୁ ନେଇ କଡା ସମାଲୋଚନା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। କହିଛନ୍ତି ପରାଜୟ ପରେ ନବୀନ ମଣ୍ଡପ ବୁଲୁଛନ୍ତି। ୨୪ ବର୍ଷ ଶାସନର ନିଶା ଛାଡିନି। ଲୋକପ୍ରିୟତା ଥିଲେ ହାରିଥାନ୍ତେ କାହିଁକି? 

Advertisment

ରାଜନୈତିକ ସମୀକ୍ଷକଙ୍କ ମତ ହେଲା ନବୀନଙ୍କ ବୟସ ବଢିଛି। ଦଳକୁ ସଂଗଠିତ କରିବାକୁ ପଦାକୁ ଗୋଡ କାଢିଛନ୍ତି, ମାତ୍ର ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ତାଙ୍କ ପାଇଁ ବଡ ଚାଲେଞ୍ଜ ହେବ।ନିର୍ବାଚନରେ ପରାଜୟ ପରେ ବିଜେଡି ଅବସ୍ଥା ସାଂଘାତିକ। ଆମଦାନୀ ନେତା ମାନେ ଧିରେ ଧିରେ ହାତ ଛାଡିବା ଆରମ୍ଭ କଲେଣି। ଅନ୍ୟପଟେ ରାଜଧାନୀରୁ ଉପାନ୍ତ ଯାଏ ସବୁଠି ବିଜେଡି ନେତା କେହି କାହାରିକୁ ବରଦାସ୍ତ କରିବା ସ୍ଥିତିରେ ନାହାଁନ୍ତି। 

Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ