ପଞ୍ଚାୟତ ଭୋଟ୍ ଉପରେ କୋଭିଡ୍ ଥାର୍ଡ ୱେଭର କଳାବାଦଲ ! ସ୍ଥଗିତ ରହିବ ନା ଗାଇଡଲାଇନ୍ ଭିତରେ ହେବ ନିର୍ବାଚନ ?

ପଞ୍ଚାୟତ ଭୋଟ୍ ଉପରେ କୋଭିଡ୍ ତୃତୀୟ ଲହରର କଳାବାଦଲ । ଏବେଠୁ ଯେମିତି ମାଡ଼ିଲାଣି, ଆଗକୁ କଣ ହେବ?

କେମିତି ହେବ ପଞ୍ଚାୟତ ଭୋଟ୍

News Summary

ପଞ୍ଚାୟତ ଭୋଟ୍ ଉପରେ କୋଭିଡ୍ ତୃତୀୟ ଲହରର କଳାବାଦଲ

ଏବେଠୁ ଯେମିତି ମାଡ଼ିଲାଣି, ଆଗକୁ କଣ ହେବ?

ଆଗକୁ ତାରିଖ ଘୋଷଣା ହେବାକୁ ଥିବା ବେଳେ


ସ୍ଥିତି ଆହୁରି ବିଗିଡ଼ିଲେ କିଭଳି ହେବ ନିର୍ବାଚନ ?

ନିର୍ବାଚନକୁ ଘାରିଛି କୋରନା ଭୟ  । ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ପଂଚାୟତ ଭୋଟକୁ ନେଇ ଚିନ୍ତା ।   ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଘୋଷଣା କରି ପ୍ରସ୍ତୁତ ହେଉଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ବି ଚୂଡାନ୍ତ ପର୍ଯ୍ୟାୟରେ । ହେଲେ ଏବେ ଯେଉଁଭଳି ଭାବେ ଓମିକ୍ରନ୍ ମାଡ଼ି ଚାଲିଛି, ସେଭଳି ସ୍ଥିତିରେ ନିର୍ବାଚନକୁ ସାମୟିକ ସ୍ଥଗିତ ରଖାଯିବ ନା ଗାଇଡଲାଇନ୍ ଭିତରେ ଭୋଟ୍ ହେବ ତାକୁ ନେଇ ଚର୍ଚ୍ଚା । କଂଗ୍ରେସ ନିର୍ବାଚନ ସ୍ଥଗିତ ସପକ୍ଷରେ ମତ ଦେଇଥିଲା ବେଳେ ବିଜେପି ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛି । ତେବେ ବିଜେଡିର ମତ ଲୋକଙ୍କ ସ୍ୱାସ୍ଥ୍ୟ ଆଗ, କିନ୍ତୁ ଭୋଟ୍ ବି ଠିକ୍ ସମୟରେ ହେବା କଥା । 

ଏସବୁ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ତ ଅଛି ହେଲେ ସେ ଭିତରେ ଭୋଟ୍ ପାଇଁ ପ୍ରସ୍ତୁତି ବି ଚାଲିଛି ଫୁଲ୍ ଦମରେ । ରାଜ୍ୟ ନିର୍ବାଚନ କମିଶନ୍ ପକ୍ଷରୁ ଆଜି ଜିଲ୍ଲାମାନଙ୍କୁ ନିର୍ବାଚନ ସଂପର୍କିତ ଫର୍ମ, କାଳି ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ବି ଡାକିଛନ୍ତି ନିର୍ବାଚନ ଆୟୋଗ  । ସେପଟେ ରାଜ୍ୟ ସରକାର ମଧ୍ୟ ସବୁ ବର୍ଗର ଭୋଟରଙ୍କ ଲାଗି ସ୍କିମ୍ ସାଙ୍ଗକୁ ଆର୍ଥିକ ସହାୟତା ବି ଘୋଷଣା କରି ସାରିଛନ୍ତି  । ସବୁଦଳ ମଧ୍ୟ ଗ୍ରାଉଣ୍ଡ ଓ୍ୱାର୍କ ପ୍ରସ୍ତୁତ କରି ନିର୍ବାଚନ ଲାଗି ତୟାର ।

ହେଲେ ଆଗକୁ ସମ୍ଭାବ୍ୟ ସଂକ୍ରମଣର ଭୟାବହତା ଭିତରେ ଭୋଟ୍ ହେଲେ ସ୍ଥିତି ବିଗିଡ଼ି ଯିବନି ତ? କାରଣ କୋଭିଡର ଦ୍ୱିତୀୟ ଲହରରେ ଏହି ଆଶଙ୍କା ପାଇଁ ହିଁ  । ସେତେବେଳେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଯେତେବେଳେ ବି ନିର୍ବାଚନ ହେଲା, କୋଭିଡ କଡ଼ା କଟକଣା ଭିତରେ ହେଲା  । ତେବେ କଂଗ୍ରେସ କହିଛି ସଂକ୍ରମଣ ବଢିଲେ ନିର୍ବାଚନ ବନ୍ଦ ହେବା ଦରକାର ।  ବିଜେପିର ମତ ସରକାର ଯାହା ନିଷ୍ପତ୍ତି ନେବେ ତାକୁ ମାନିବୁ ।  ବିଜେଡି କହିଛି ଲୋକଙ୍କ ସ୍ୱାସ୍ଥ୍ୟ ହିଁ ପ୍ରାଥମିକତା କିନ୍ତୁ ନିର୍ବାଚନ ବି ଠିକ୍ ସମୟରେ ହେବା କଥା । 

ଏପଟେ ଆଗକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ବି ହେବାର ଅଛି । ତେଣୁ ଏହି ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ବି କେତେକାଂଶରେ ପଞ୍ଚାୟତ ନିର୍ବାଚନର ଭାଗ୍ୟ ନିର୍ଭର କରୁଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି ସ୍ଥିତିରେ ଦୁଇମାସ ନିର୍ବାଚନ ଘୁଞ୍ଚାଇଦେଲେ ଭଲ । ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ ନିର୍ବାଚନ ସମୟରେ କୋଭିଡର ସ୍ଥିତି ଦେଖି କଟକଣା ଜାରି କରାଯିବ ।  

ଫେବୃୟାରୀ ଶେଷ ବେଳକୁ କରୋନାର ତୃତୀୟ ଲହର ଶୀର୍ଷ ଛୁଇଁବ ବୋଲି କୁହାଯାଉଛି । ପାଖାପାଖି ସେତିକି ବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ସମୟ ହେଲେ ଏଭଳି ସ୍ଥିତିରେ ଆଗକୁ ନିର୍ବାଚନ କମିଶନ୍ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର । 

ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ