Controversy over bjd leader Asit Patnaik birthday celebration
ମହଙ୍ଗା ପଡ଼ିଲା ସରକାରୀ ଜାଗାରେ ଜନ୍ମଦିନ ପାଳନ କରିବା । ଭଦ୍ରକ ଜିଲ୍ଲାରେ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଳନକୁ ନେଇ ଥାନାରେ ଏତଲା ହୋଇଛି । ଗତକାଲି ସନ୍ଧ୍ୟାରେ ଭଦ୍ରକ ସହରର ସରକାରୀ RMC ମାର୍କେଟ୍ କମ୍ପ୍ଲେକ୍ସରେ ଅସିତ୍ଙ୍କ ଜନ୍ମଦିନ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ସହରରେ ବାଇକ୍ ରାଲି, ଡିଜେ ଏବଂ ବାଣ ଫୁଟାଇ ଏହାକୁ ସେଲିବ୍ରେସନ କରାଯାଇଥିଲା । ତେବେ ଏଥିପାଇଁ ଅନୁମତି ନଥିବା ଦର୍ଶାଇ ଭଦ୍ରକ ପୁରୁଣାବଜାର IICଙ୍କୁ ଉପଜିଲ୍ଲାପାଳ ମନୋଜ ପାତ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ବିନା ଅନୁମତିରେ ସରକାରୀ ଜାଗାରେ ରାଜନୈତିକ କାର୍ଯ୍ୟକ୍ରମ ଆଦୌ ଉଚିତ୍ ନୁହେଁ । ତେଣୁ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୁରୁଣା ବଜାର IICଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅସିତ୍ କହିଛନ୍ତି, ଅନୁମତି କଥା ସେ ଜାଣିନାହାନ୍ତି, ତାଙ୍କୁ ନିମନ୍ତ୍ରଣ ହୋଇଥିଲା ତେଣୁ ସେ ଯାଇଥିଲେ ।
ସୂଚନାଥାଉ କି, ଅସିତ୍ ପଟ୍ଟନାୟକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ । ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1701832736.jpg)