Advertisment

ମହାପ୍ରଭୁ ଲିଙ୍ଗରାଜ ଜମି କିଣାବିକାକୁ ନେଇ ତେଜିଲା ବିବାଦ: କିଛି ବେନିୟମ କାମ ହୋଇନି ବୋଲି କହିଲେ ଜମି ମାଲିକ

ଜମିର ମାଲିକ କିରୁଥିକା ପ୍ରଭାକରନଙ୍କୁ ଓ଼ଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ଜାଣନ୍ତୁ ସେ କଣ କହିଲେ

ଅଦ୍ୟତନ ହୋଇଛି
Lingaraj Temple Land Dispute

Lingaraj Temple Land Dispute

Advertisment

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ୨୨୮ ଡିସିମିଲ୍ ଜମି କିଣାବିକାକୁ ନେଇ ବଢ଼ିଲା ବିବାଦ। ତେଜିଲା ରାଜନୀତି। ଆଜି ବିବାଦୀୟ ଜାଗା ଉପରେ ଜୋରଦାର୍ ବିକ୍ଷୋଭ କରିଛି ବିଜେପି। ଜମିରେ ଲିଙ୍ଗରାଜଙ୍କ ଫଟୋ ଲଗାଇବା ସହ ମନ୍ଦିର ବାନା ବି ପୋତିଛନ୍ତି ଦଳୀୟ କର୍ମୀ। ଏହାସହ ନିର୍ମାଣ କାର୍ଯ୍ୟ ପାଇଁ ଖୋଳା ଯାଇଥିବା ଗାତଗୁଡିକୁ ମଧ୍ୟ ପୋତି ଦେଇଛନ୍ତି। ଖାଲି ସେତିକି ନୁହେଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି।

Advertisment

ପରେ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରକୁ ଟାର୍ଗେଟ୍ କରିଛି ଦଳ। ବେଆଇନ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗାକୁ ହଡ଼ପ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଦେବୋତ୍ତର ଆଇନ ଅନୁସାରେ ଲିଙ୍ଗରାଜ ଜମି ବିକ୍ରି ହୋଇପାରିବ ନାହିଁ, କିନ୍ତୁ ଏ କ୍ଷେତ୍ରରେ ମହାପ୍ରଭୁଙ୍କ ଜମି କିଭଳି କିଣାବିକା ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ବିବାଦୀୟ ଜମିକୁ ଖଣି ବ୍ୟବସାୟୀ ବି. ପ୍ରଭାକରନଙ୍କ ପତ୍ନୀ କିରୁଥିକା ପ୍ରଭାକରନ କିଣିଥିବାରୁ ଏହାପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରି ସିଧାସଳଖ ଟାର୍ଗେଟ୍ କରିଛନ୍ତି ଲେଖାଶ୍ରୀ।

ଏପରିକି ଏହି ପ୍ରସଙ୍ଗରେ ତୃତୀୟ ମହଲା ଆଡକୁ ବି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଆଉ ଏକ ଗୁରୁତର ଅଭିଯୋଗ ଆଣି ଲେଖାଶ୍ରୀ କହିଛନ୍ତି ଯେ, ବିବାଦୀୟ ଜାଗାକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏମ୍ଏଲ୍ଏ ଲାଡ୍ ପାଣ୍ଠିରୁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଇଛି। ଲିଙ୍ଗରାଜଙ୍କ ନାଁକୁ ଜମି ଫେରାଇ ଅଣାଯାଉ ବୋଲି ବିଜେପି ଦାବି କରିଛି।

Advertisment

ଅନ୍ୟପଟେ ବିଜେଡି ଏହି ମାମଲାରେ ପ୍ରତିକ୍ରିୟା ରଖି କହିଛି ଯେ, ରାଜ୍ୟ ସରକାର ଏଥିରେ କୌଣସି ଚଂଚକତା କରିନାହାନ୍ତି, ବରଂ ନିର୍ମାଣ କାମ ବନ୍ଦ କରାଇଛନ୍ତି। ଆଗକୁ ପୌର ନିର୍ବାଚନ ଥିବାରୁ ବିଜେପି ଏଭଳି ଅଭିଯୋଗ ଆଣୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ସେପଟେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ମନ୍ତ୍ରୀ ଅଶୋକ ପଣ୍ଡା ଖଣ୍ଡନ କରିଛନ୍ତି।

ସେପଟେ ଘଟଣା ସମ୍ପର୍କରେ ଜମିର ମାଲିକ କିରୁଥିକା ପ୍ରଭାକରନଙ୍କୁ ଓ଼ଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ସେ କ୍ୟାମେରା ସାମ୍ନାରେ କିଛି କହିନଥିବା ବେଳେ ମାମଲାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ସଂପୃକ୍ତ ଜମିକୁ ସେ ଆଇନ୍ ଅନୁସାରେ କିଣିଛନ୍ତି ଏବଂ ବିଧି ବ୍ୟବସ୍ଥା ଅନୁସାରେ ଜମିର ମାଲିକାନା ପରିବର୍ତ୍ତନ ସହ ମ୍ୟୁଟେସନ୍ ପଟ୍ଟା ମଧ୍ୟ ପାଇଥିବା କହିଛନ୍ତି। ଏଥିରେ ତାଙ୍କର ଭୁଲ କେଉଁଠି ରହିଲା ପାଲଟା ପ୍ରଶ୍ନ କରିଛନ୍ତି କିରୁଥିକା।

Advertisment

ସେପଟେ ବିବାଦୀୟ ପ୍ଲଟ୍‌କୁ ଲାଗିଥିବା ଅନ୍ୟ ପ୍ଲଟ୍‌ରେ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ାଯାଇଛି। ବିଡିଏଠାରୁ ଆରମ୍ଭ କରି ଅନ୍ୟ ସଂସ୍ଥାଠାରୁ ସବୁ ପ୍ରକାର ଆଇନଗତ ଅନୁମତି ନେଇ କୋଠା ନିର୍ମାଣ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ଏହି ବିବାଦୀୟ ଜମି ମାମଲା କେବେ ଓ କେଉଁ ଉପାୟରେ ସମାଧାନ ହେଉଛି ଏବେ ଉପରେ ନଜର।

ରିପୋର୍ଟ: ଅର୍ଚ୍ଚନା ଶତପଥୀ, ହରିହର ଚାନ୍ଦ

BJD BJP Lingaraj Temple Land Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ