Advertisment

କଟକ ମେୟରଙ୍କ ବିବାଦୀୟ ବୟାନ- କାମ ନକଲେ ମାଲକାନଗିରି ପଳାଅ...ବିରୋଧ କଲା କଂଗ୍ରେସ

କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Cuttack Mayor Subhash Singh

Cuttack Mayor Subhash Singh

Advertisment

କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଯିଏ କାମ କରିବ ନାହିଁ ତାଙ୍କୁ ମାଲକାନଗିରିକୁ ବଦଳି କରି ଦିଆଯିବ ବୋଲି କଟକ ମହାନଗର ନିଗମର କର୍ମଚାରୀ ଓ ଅଧିକାରୀଙ୍କୁ ସୁବାସ ସିଂହ ଧମକ ଦେଇଥିଲେ। 

Advertisment

ମାଲକାନଗିରି ଆଉ ଉପାନ୍ତ ଅଞ୍ଚଳ ହୋଇ ରହି ନାହିଁ। ବିକାଶ କ୍ଷେତ୍ରରେ ମାଲକାନଗିରି ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିକୁ ସ୍ୱତନ୍ତ୍ର ଫୋକସ ଦେଉଥିବାବେଳେ ସୁବାସ ଏପରି କହିବା ନିନ୍ଦନୀୟ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି। ମାଲକାନଗିରିରେ କଂଗ୍ରେସ ପକ୍ଷରୁ  ସୁବାସ ସିଂହଙ୍କୁ ବିରୋଧ କରାଯାଇ ତାଙ୍କ  କୁଶପୁତ୍ତଳିକା ଦାହ କରାଯାଇଛି। 

ନବରଙ୍ଗପୁରରେ ମଧ୍ୟ କଟକ ମେୟରଙ୍କୁ ବିରୋଧ କରାଯାଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସୁବାସଙ୍କ ପୋଷ୍ଟର ଜାଳିବା ସହ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି। ମାଲକାନଗିରି ଜିଲ୍ଲା ତାର ଐତିହ୍ୟ, ସଂସ୍କୃତି ଓ ଖଣିକୁ ନେଇ ଗର୍ବିତ ଥିବାବେଳେ କଟକ ମେୟର ଏଭଳି ଖାଲି ମାଲକାନଗିରିକୁ ଅପମାନିତ କରି ନାହାନ୍ତି ବରଂ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଅପମାନିତ କରିଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି। ସୁବାସଙ୍କ ଦୃଷ୍ଟିରେ ଯଦି ମାଲକାନଗିରି ଅନୁନ୍ନତ ଓ ପଛୁଆ, ତା’ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ସେ କହିଛନ୍ତି। 

Advertisment

ଗତ ୨୧ ତାରିଖରେ କଟକ ମହାନଗର ନିଗମ ବୈଠକରେ ସୁବାସ ସିଂହ କହିଥିଲେ ଯେ, ‘ରାଜା ବଗିଚା ହାଇସ୍କୁଲ୍‌ ସାମ୍ନାରେ ଦେଖିଥିବେ ଆପଣ। ଏତେ ଲମ୍ବା ପିସ୍‌ କଟା ହେଲା। ଆପଣ କିଛି ଦେଖିପାରୁ ନାହାନ୍ତି। ଆପଣ ତା’ହେଲେ କାହିଁକି କଟକରେ ରହିବେ ? ମାଲକାନଗିରି ଫାଲକାନଗିରି ଯାଉନ। ଏଠି ରୁହନ୍ତୁନି। ଯଦି କଟକର ସେବା କରିବେ, ତା’ହେଲେ କଟକରେ ରହିବେ। ମୋଟେ ରହିବେନି। ଛାଡ଼ି ଦିଅନ୍ତୁ।’ 

ସୁବାସ ସିଂହ ଆହୁରି କହିଥିଲେ ଯେ, ‘ଆମକୁ କାମ ଦରକାର। ଏଥିପାଇଁ ମୁଁ ସେମାନଙ୍କୁ ବାଟ ଦେଖାଇଲି। କାମ କରନ୍ତୁ, ନହେଲେ ଛାଡ଼ନ୍ତୁ। କଳାହାଣ୍ଡି, ମାଲକାନଗିରି, କୋରାପୁଟ ଅନ୍ୟ ସ୍ଥାନରେ ରହିବେ। ଏଠି କାମ କରିବାର ଦାୟିତ୍ୱ ଅଛି। 

Advertisment
Cuttack Mayor Cuttack Mayor Subhash Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ