Naveen Patnaik
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭଗବାନ ? ଯଦି ନା ତେବେ ଏଭଳି କହିଁକି କହିଲେ ଉପବାଚସ୍ପତି ରାନୀକାନ୍ତ ସିଂହ ? ଏଭଳି କହିବାର ଉଦେଶ୍ୟ କ’ଣ ? ଉପବାଚସ୍ପିତିଙ୍କ ଏହି ବୟାନ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର କହି ବିବାଦରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳ ସଭାରେ ଉପବାଚସ୍ପତିଙ୍କ ଏପରି ବୟାନକୁ ନେଇ ତେଜିଛି ରାଜନୀତି । ବିରୋଧୀ ବିଜେପି ଏନେଇ ବିଜେଡିକୁ ଟାଗେର୍ଟ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଉପବାଚସ୍ପତି ଏପରି କରିଥିବା କହିଛନ୍ତି ବିଜେପି ନେତା କାଳନ୍ଦୀ ସାମଲ ।
ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଚୁପ ଚାପ୍ ଶୁଣି ଏଥିପ୍ରତି ସହମତି ପ୍ରକାଶ କରିଛନ୍ତି । ଖାଲି ଏତିକି ନୁହେଁ ବାଚସ୍ପତିଙ୍କ ଏପରି ବୟାନକୁ ଲୋକେ ଆଦୌ ସହ୍ୟ କରିବେନି, ଠିକ୍ ସମୟରେ କଡ଼ା ଜବାବ୍ ଦେବେ ବୋଲି ଦୋହରାଇଛନ୍ତି କାଳନ୍ଦୀ ସାମଲ । ଗତକାଲି ଅନୁଗୁଳରେ BSKY କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର ବୋଲି କହିଥିଲେ ଉପବାଚସ୍ପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637499512.jpg)