Advertisment

କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ, ଏବେ ବିଜେପିରେ ମିଶିବେ !

ସୁରତର ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ଘୋଷଣା କରାଯାଇଥିଲା।

Congress

Congress

Advertisment

କୁଆଡେ ଗଲେ କଂଗ୍ରେସର ସୁରତ ପ୍ରାର୍ଥୀ ନିଲେଶ କୁମ୍ଭାନି ? ଦିନକ ପୂର୍ବରୁ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା। ଆଉ ଆଜି ତାଙ୍କ ଖୋଜଖବର ନାହିଁ। ନିଲେଶଙ୍କ ପ୍ରାର୍ଥିପତ୍ର ନାକଚ ହେବା ପରେ ଗତକାଲି ବିଜେପିକୁ ଛାଡ଼ି ଅନ୍ୟ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ସୁରତର ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ଘୋଷଣା କରାଯାଇଥିଲା।

Advertisment

ସେପଟେ ନିଲେଶ ବିଜେପିରେ ମିଶିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ନିଲେଶ ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ଅସଙ୍ଗତ ରହିଥିଲା। ତାଙ୍କର ପ୍ରସ୍ତାବକ ସାଜିଥିବା ୩ ଜଣଙ୍କ ଦସ୍ତଖତ ଅସଲି ନଥିବା ଅଭିଯୋଗ ହୋଇଥିଲା। ନିର୍ବାଚନ ଅଧିକାରୀ ନିଲେଶଙ୍କୁ ଗୋଟିଏ ଦିନର ସମୟ ଦେବା ସହ ୩ ପ୍ରସ୍ତାବକଙ୍କୁ ଆଣି ହାଜର କରିବାକୁ କହିଥିଲେ। ହେଲେ କୌଣସି ପ୍ରସ୍ତାବକ ଆସି ନଥିଲେ। ଏଥିପାଇଁ ତାଙ୍କ ନାମାଙ୍କନ ପତ୍ରକୁ ରଦ୍ଦ କରି ଦିଆଯାଇଥିଲା।

ଅନ୍ୟପଟେ ବିଜେପି ସୁରତ ଆସନ ଜିତିବା ପାଇଁ ଫିକ୍ସିଂ କରିଥିବା କଂଗ୍ରେସ ଅଭିଯୋଗ କରି ତମ୍ଭିତୋଫାନ କରୁଥିବା ବେଳେ ଏବେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ନିଲେଶଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିଲେଶ ବିଜେପିରେ ମିଶିବାକୁ ଯାଉଥିବା ଖବର ମିଳିବା ପରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ଆରମ୍ଭ କରି ଦେଇଛନ୍ତି। ଆଜି ଶତାଧିକ କଂଗ୍ରେସ କର୍ମୀ ସୁରତରେ ଥିବା ତାଙ୍କ ବାସଭବନ ବାହାରେ ଏକାଠି ହୋଇ ନାରାବାଜୀ କରିଛନ୍ତି। ନିଲେଶ ଲୋକଙ୍କ ସହ ଧୋକ୍କା କରିଛନ୍ତି ଓ ଗଣତନ୍ତ୍ରର ହତ୍ୟା ବୋଲି ପ୍ଲାକାର୍ଡ ଧରି କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଛନ୍ତି। ବିକ୍ଷୋଭ ଜୋରଦାର ହେବାରୁ ପୁଲିସ୍‌ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି।

Advertisment

ନିଲେଶ ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରେ ବିସଙ୍ଗତି ରହିଥିଲା। ତାଙ୍କର ପ୍ରସ୍ତାବକ ସାଜିଥିବା ୩ ଜଣଙ୍କ ଦସ୍ତଖତ ଅସଲି ନଥିବା ଅଭିଯୋଗ ହୋଇଥିଲା। ନିର୍ବାଚନ ଅଧିକାରୀ ନିଲେଶଙ୍କୁ ଗୋଟିଏ ଦିନର ସମୟ ଦେବା ସହ ୩ ପ୍ରସ୍ତାବକୁ ଆଣି ହାଜର କରିବାକୁ କହିଥିଲେ।

ହେଲେ କୌଣସି ପ୍ରସ୍ତାବକ ଆସି ନଥିଲେ। ‌ଏଥିପାଇଁ ତାଙ୍କ ନାମାଙ୍କନ ପତ୍ରକୁ ରଦ୍ଦ କରି ଦିଆଯାଇଥିଲା। ନାମାଙ୍କନ ରଦ୍ଦ ହେବା ପରେ ନିଲେଶ କୌଣସି ପ୍ରକାରର ବିକ୍ଷୋଭ କିମ୍ବା ପ୍ରତିବାଦ କରି ନଥିଲେ। ସେ ଚୁପଚାପ ନିର୍ବାଚନ ଅଧିକାରୀଙ୍କ ଅଫିସରକୁ ଚାଲି ଯାଇଥିଲେ। ତାଙ୍କର ଏପରି ଆଚରଣ କଂଗ୍ରେସ କର୍ମୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିଲେଶ ଏପରି କରିଥିବା ସେମାନେ କହିଛନ୍ତି। 

Advertisment
BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ