କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? ଓଡ଼ିଶାରେ ଦୁର୍ଦ୍ଦିନ ସ୍ଥିତିରେ ଥିବା ହାତ ଦଳକୁ କିଏ ଯୋଗାଇ ବଳ ? ଅଧିକ ଚର୍ଚ୍ଚାରେ ଥିବା ୩ ନେତା ମୋକିମ୍, ଶ୍ରୀକାନ୍ତ ନା ଜୟଦେବ ? କାହା ନାଁରେ ମୋହର ମାରିବ ଏଆଇସିସି ?୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ସାଙ୍ଗକୁ ୯ରୁ ୯୦ ନାରା ଫେଲ୍ ମାରିବା ପରେ ଜୁଲାଇ ୨୧ରେ ପିସିସିକୁ ଭାଙ୍ଗି ଦେଇଥିଲା ଏଆଇସିସି । ଏହାପରେ ପିସିସି ସଭାପତି ପଦ ମଧ୍ୟ ଛାଡ଼ି ଦେଇଥିଲେ ଶରତ ପଚ୍ଚନାୟକ । ତାପରଠୁ ଦୀର୍ଘ ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ।
ତେଣେ ଯଦିଓ ଓଡ଼ିଶା କଂଗ୍ରେସର ମୁଖିଆ ଖୋଜିବାକୁ ଗତ ୨୨ ତାରିଖରେ ପ୍ରଭାରୀ ଅଜୟ କୁମାରଙ୍କ ନେତୃତ୍ୱରେ ବସିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବସିଥିଲା, ହେଲେ ସେଥିରେ ବି କାହା ନାଁରେ ମୋହର ବାଜି ପାରିନି। ତେଣେ ଷ୍ଟିୟରିଂ କମିଟିର ସଦସ୍ୟ ତଥା ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି- କମିଟି ଆଗେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରିବ। ସେଠିକାର ସଭାପତି, ପୂର୍ବତନ ସଭାପତି, ବିଧାୟକ ଓ ବ୍ଲକ ସଭାପତିଙ୍କ ମତ ନିଆଯିବ। ସେଠୁ ଯାହା ନାଁରେ ସହମିତି ଆସିବ ତାହା ଏଆଇସିସିକୁ ପଠାଯିବ ।
Also Read
ପିସିସି ସଭାପତି ପଦ ପାଇଁ ତାଙ୍କ ନାଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ମୋକିମ୍ କହିଛନ୍ତି- ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହାକୁ ସଠିକ ଢଙ୍ଗରେ ତୁଲାଇବେ । ତେବେ ସବୁ ନିଷ୍ପତ୍ତି ଏଆଇସିସି ହାତରେ । ତେଣେ ଚର୍ଚ୍ଚାରେ ଥିବା ଅନ୍ୟ ଦୁଇ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରୁ ଜୟଦେବ କହିଛନ୍ତି- ଏଆଇସିସି ଜଣେ ଦକ୍ଷ ନେତାଙ୍କୁ ମଙ୍ଗୁଆଳ ଦାୟିତ୍ୱ ଦେବ ।
ସେପଟେ ରାଜନୀତି ବିଶ୍ଳେଷକଙ୍କ ମତରେ କଂଗ୍ରେସ ଏବେ ଓଡ଼ିଶାରେ ମଜଭୁତ୍ ହେଉଛି । ଦଳକୁ ସମ୍ଭାଳି ପାରୁଥିବା ନେତାଙ୍କ ଉପରେ ଏଆଇସିସି ମୋହର ମାରିପାରେ । ରାଜ୍ୟ କଂଗ୍ରେସର ମଙ୍ଗୁଆଳ ପଦ ପାଇଁ ଜଣେ ଦକ୍ଷ ନେତା ଖୋଜା ଚାଲିଛି । ହେଲେ ରାଜନୀତିର ବିପରୀତ ସୁଅକୁ କାଟି ବାରମ୍ବାର ବିଧାୟକ ଭାବେ ଜିତୁଥିବା ବରିଷ୍ଠ ନେତା ତାରା ବାହିନୀପତିଙ୍କୁ କିନ୍ତୁ ଏଆଇସିସି କୌଣସି କମିଟିରେ ନରଖିବା ନେଇ ଉଠିଛି ପ୍ରଶ୍ନ ।