Advertisment

କଂଗ୍ରେସ ପିସିସି ସଭାପତିଙ୍କ ଚେତାବନୀ; ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ

କଂଗ୍ରେସର ନୂଆ ପିସିସି ସଭାପତିଙ୍କ ଚେତାବନୀ। ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ। ଶୃଙ୍ଖଳା ଭିତରେ ରହି କାମ କରାଯିବ। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ନୂଆ ସଭାପତିଙ୍କ ନୂଆ ଷ୍ଟ୍ରାଟେଜି।

Congress Sankalpa Sibira

Congress Sankalpa Sibira

Advertisment

କଂଗ୍ରେସର ନବ ସଙ୍କଳ୍ପ ବୈଠକରେ ପିସିସି ସଭାପତି ଚେତାବନୀ ଦେଇଛନ୍ତି। ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ। ଶୃଙ୍ଖଳା୍ ଭିତରେ ରହି କାମ କରିବାକୁ ପରାମର୍ଶ ଦିଆଯିବ। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ନୂଆ ସଭାପତିଙ୍କ ନୂଆ ଷ୍ଟ୍ରାଟେଜି।

Advertisment

ସେ କହିଛନ୍ତି ଯେ ଯେଉଁମାନେ ଭାବୁଛନ୍ତି ୯ ବିଧାୟକରେ କଂଗ୍ରେସ ଶାସନକୁ ଫେରି ପାରିବନି, ସେମାନଙ୍କୁ ୧୯୯୫ର ଉଦାହରଣ ଦେଇଛନ୍ତି ଶରତ। ତୃଣମୂଳ ସ୍ତରରୁ କଂଗ୍ରେସକୁ ସଂଗଠିତ କରିବା ପାଇଁ ଅଗଷ୍ଟ ୯ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପଦଯାତ୍ରା। ଯେଉଁଥିରେ ୭୫ କିଲୋମିଟର ଯାତ୍ରା କରିବେ କର୍ମୀ। ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରରେ ହେବ ବାର୍ଷିକ ଅଧିବେସନ।

ଏହାସହ ଦଳ ଛାଡିଥିବା ନେତାଙ୍କୁ ଘରକୁ ବାହୁଡାଇବା ଲାଗି ବି ପ୍ରୟାସ ହେବ। ଓଡ଼ିଶାରେ ମୁଖ୍ୟ ବିରୋଧୀ ବିଜେଡିକୁ ଧରାଶାୟୀ କରିବା ପାଇଁ ଏହି ସଭାପତିଙ୍କ ରଣନୀତି। ସେପଟେ ରାଜସ୍ଥାନର ଚିନ୍ତନ ବୈଠକରୁ ମିଳିଥିବା ଗୁରୁମନ୍ତ୍ରର ପ୍ରଯୋଗ ହେଲେ ଦଳକୁ ସଫଳତା ମିଳିବ ବୋଲି କହିଛନ୍ତି ବରିଷ୍ଠ ନେତା।

Advertisment

ତେବେ ନବ ସଂକଳ୍ପ ଶିବିରରେ ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଛି। ତାରା ଓ ମୋକିମ୍ ପିସିସି ସଭାପତି ରେସ୍‌ରେ ଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ବିଧାୟକ ତାରା ବାହିନୀପତି ଭୁବନେଶ୍ୱରରେ ଥାଇ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଶିବିରକୁ ଆସି ପାରି ନଥିବା ବେଳେ ତାଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତି କିନ୍ତୁ ଉପସ୍ଥିତ ଥିଲେ।

ସେପଟେ ମୋକିମ୍ ଆଜି କଟକରେ ରାଜନୈତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ମଧ୍ୟ ଶିବିରକୁ ଆସି ନଥିଲେ। ତେବେ ଏନେଇ କିନ୍ତୁ ମୋକିମ୍ କ୍ୟାମେରା ସାମ୍ନାରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସମୀକ୍ଷକଙ୍କ ମତରେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ କିଛି ନୂଆ ନୁହେଁ। ଏତେ ୨୦୨୪ ପୂର୍ବରୁ ଘର ସଜଡା ନୂଆ ମଙ୍ଗୁଆଳଙ୍କ ପାଇଁ ଚାଲେଞ୍ଜ ହେବ ବୋଲି ରାଜଜୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି।

Advertisment

ପ୍ରାୟ ଦୁଇ ଦଶନ୍ଧି ଧରି ରାଜ୍ୟ କଂଗ୍ରେସ ଦିନକୁ ଦିନ ରସାତଳଗାମୀ ହେଉଛି। ଏଭଳି ସ୍ଥଳେ ଏଆଇସିସିରୁ ମିଳିଥିବା ମନ୍ତ୍ରକୁ କାର୍ଯ୍ୟକାରୀ କରି କେତେ ସଫଳତା ଆଣୁଛନ୍ତି ନୂଆ ପିସିସି ସଭାପତି ତା’ ଉପରେ ରହିଛି ନଜର।

(ରିପୋର୍ଟ: ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ ଜଗଦୀଶ ଦାସ)

Odisha News Odisha Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ