Advertisment

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ସେହିପରି ରାଉରକେଲାରେ ମଧ୍ୟ ଗତକାଲି ଓଡ଼ିଶା ବନ୍ଦ ଡାକରା ଆହ୍ୱାନରେ ରାଲି କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲା ବାମପନ୍ଥୀ ସଂଗଠନ।

ଅଦ୍ୟତନ ହୋଇଛି
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

Congress Rally

Advertisment

ଭୁବନେଶ୍ୱର: ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଶୋଭାଯାତ୍ରା କରିଛି। ତେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିକ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି। ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି କର୍ମୀ। ଏଥିରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ, ସୁର ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ। ସେହିଭଳି ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିବାଦ ଶୋଭାଯାତ୍ରା ବାହାରିଛି। ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା କର୍ମୀ ସାମିଲ ହୋଇଥିଲେ।

Advertisment

ସେପଟେ, ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୫ରେ ବାମ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ସାରା ଓଡ଼ିଶା ବନ୍ଦ କରିବାକୁ ଡାକରା ଦେଇଛି ବାମ ଦଳ। ବନ୍ଦକୁ ସଫଳ କରିବାକୁ ଗତକାଲି ଭୁବନେଶ୍ୱରରେ ବାମ ଦଳ ପକ୍ଷରୁ ରାଲିର ଆୟୋଜନ କରାଯାଇଥିଲା। ବାମପନ୍ଥୀ ସଂଗଠନ ସିପିଆଇ, ସିପିଏମ୍, AITUC, BKMU ଓ AIKS ସଂଗଠନ ପକ୍ଷରୁ ମିଳିତ ଭାବେ ଏହି ବନ୍ଦ ଡାକରା ଦିଆଯାଇଛି। ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ସେହିପରି ରାଉରକେଲାରେ ମଧ୍ୟ ଗତକାଲି ଓଡ଼ିଶା ବନ୍ଦ ଡାକରା ଆହ୍ୱାନରେ ରାଲି କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲା ବାମପନ୍ଥୀ ସଂଗଠନ।

Advertisment

ତେବେ ପୂର୍ବରୁ ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଜୁଲାଇ ୭ ତାରିଖରୁ ୧୭ ପର୍ଯ୍ୟନ୍ତ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି । ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ । ୯ ତାରିଖରେ ଜିଲ୍ଲା ସ୍ତରରେ ଧାରଣ ଦିଆଯାଇଥିଲା ଏବଂ ୧୪ ତାରିଖରେ ଭୁବନେଶ୍ୱରରେ ବିକ୍ଷୋଭ କରାଯିବା ନେଇ ନିଷ୍ପତ୍ତି ନେଇଥିଲା ଦଳ । ଆଗରୁ ଏହି ସୂଚନା ଦେଇଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Odisha Congress Petrol Prices Odisha Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ