Advertisment

ରାହୁଲ ଗାନ୍ଧିଙ୍କ ‘ମେହେଙ୍ଗାୟୀ ମୁକ୍ତ ଭାରତ ଅଭିଯାନ’ ବିକ୍ଷୋଭ

ତୈଳ ଦର ବୃଦ୍ଧି ପ୍ରତିବାଦରେ ସଂସଦ ସାମ୍ନାରେ କଂଗ୍ରେସର ବିକ୍ଷୋଭ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଦଳୀୟ ନେତାଙ୍କ ବିକ୍ଷୋଭ କରିଛନ୍ତି । ତେବେ ଯୁଦ୍ଧ ଯୋଗୁ ସପ୍ଲାଏ ଚେନ୍ ପ୍ରଭାବିତ ହେଉଛି ବୋଲି ବିଜେପି କହିଛି ।

Congress protests in front of parliament over oil price hike

Congress protests in front of parliament over oil price hike

Advertisment

ସଂସଦ ସାମ୍ନାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ମେହେଙ୍ଗାୟୀ ମୁକ୍ତ ଭାରତ ଅଭିଯାନ’ ବିକ୍ଷୋଭ । ଦେଶରେ ଦରଦାମ୍ ସହ ତେଲଦର ବୃଦ୍ଧି ନେଇ କଂଗ୍ରେସ ପୁରା ଦେଶରେ ଏହି ବିକ୍ଷୋଭ ପ୍ରଦର୍ଶନ କରୁଛି । ସଂସଦ ସାମ୍ନାରେ କଂଗ୍ରେସ ନେତା ତଳେ ବସି ସିଲିଣ୍ଡର, ବାଇକଅଏ ଫୁଲମାଳ ପକାଇ ନିଆରା ପ୍ରତିବାଦ କରିଛନ୍ତି ।

Advertisment

ରାହୁଲ କହିଛନ୍ତି, ୯ ଥର ଡିଜେଲ ଓ ପେଟ୍ରୋଲ ଦର ବଢିଲାଣି ଯାହାକି ସାଧାରଣ ଲୋକଙ୍କ ଉପରେ ବୋଝ ବଢାଉଛି । ଏଣୁ ବଢୁଥିବା ଏହି ଦରକୁ କିଭଳି କଣ୍ଟ୍ରୋଲରେ ରଖାଯିବ, ସେନେଇ କେନ୍ଦ୍ର ସରକାର ଦୃଷ୍ଟି ଦେବା ଉଚିତ୍ ବୋଲି ରାହୁଲ କହିଛନ୍ତି । ଅନ୍ୟପଟେ ଶଶି ଥରୁର୍ କହିଛନ୍ତି, ଯେ ଏଭଳି ଭାବେ ପେଟ୍ରୋଲ ଡିଜେଲ ଦର ବଢିବା ଏକ ଗୁରୁତର କଥା । ଏଣୁ ଏଭଳି ବିକ୍ଷୋଭ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ଆସିବ ବୋଲି ସେ କହିଛନ୍ତି।

ସେପଟେ କଂଗ୍ରେସର ଏହି ବିକ୍ଷୋଭକୁ ନେଇ କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ କହିଛନ୍ତି, କଂଗ୍ରେସକୁ ଏଭଳି ରାସ୍ତା ଉପରେ ବିକ୍ଷୋଭ କରିବାର ଆବଶ୍ୟକତା ନାହିଁ । ଯୁଦ୍ଧ ଯୋଗୁ ସପ୍ଲାଏ ଚେନ୍ ପ୍ରଭାବିତ ହୋଇଛି,ତେଣୁ ସବୁଠି ଏହାର ପ୍ରଭାବ ପଡୁଛି । ମାତ୍ର ସରକାର ଏନେଇ ଦୃଷ୍ଟି ରଖିଛନ୍ତି, ଯେପରି ଭାରତ କମ୍ ପ୍ରଭାବିତ ହେଉ।

Advertisment
Congress Protests
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ