Advertisment

164 ଧାରାରେ କାହିଁକି ଗୋବିନ୍ଦ ସାହୁର ବୟାନ ରେକର୍ଡ଼ ହୋଇନି?

କଂଗ୍ରେସ ଟାର୍ଗେଟ୍‌ରେ ସରକାର। ପ୍ରେସମିଟ୍‌ କରି ଦଳ କହିଲା, ଶାସକ ଦଳର ନେତା ଓ ପ୍ରଶାସନ ଏଠି ଏକାଠି ହୋଇ ରହିଛନ୍ତି

ଅଦ୍ୟତନ ହୋଇଛି
Odisha Congress

Odisha Congress

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଥମିବାରେ ନା ଧରୁନାହିଁ ରାଜନୀତି। ଦଳ କହିଲା, ଜାଣିଶୁଣି ମମିତାଙ୍କ ହତ୍ୟାକାରୀକୁ ପୋଲିସ ୧୭ ତାରିଖ ରାତିରେ ଖସାଇ ଦେଇଥିଲା। ଗୃହ ରାଷ୍ଟ୍ରମନ୍ତ୍ରୀ, ସ୍ଥାନୀୟ ଏସ୍‌ପିଙ୍କଠାରୁ ଆରମ୍ଭ କରି ପୂରା ପୋଲିସ ବିଭାଗ ସଲାସୁତୁରା ହୋଇ କାମ କରୁଛି ବୋଲି ପ୍ରେସମିଟ୍‌ କରି କହିଛି କଂଗ୍ରେସ। ଏହାସହ ଦଳ କହିଛି ଗୋବିନ୍ଦ ସାହୁଙ୍କୁ ୧୭ ତାରିଖରେ ଜାଣିଶୁଣି ଛାଡ଼ିଥିଲା ପୋଲିସ। କାରଣ ତାକୁ ପୋଲିସ ଧରିଥିଲେ ଅନେକ ପ୍ରାମଣ ସାମ୍ନାକୁ ଆସିଥାଆନ୍ତା। ତେଣୁ ପୂରା ପ୍ଲାନ କରି ତାକୁ ଖସାଇ ଦିଆଯାଇଥିବା ନେଇ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି।

Advertisment

କେବଳ ଏତିକି ନୁହେଁ, ବରଂ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି କି ସେ ନିଜେ ଖସିନାହିଁ ବରଂ ଏମାନେ ସମସ୍ତେ ମିଶି ତାକୁ ଲୁଚାଇ ଦେଇଥିଲେ। କିନ୍ତୁ ଡେଡ୍‌ବଡ଼ି ମିଳିବା ପରେ ପୁଣି ଥରେ ତାକୁ ୧୯ ତାରିଖରେ ଗିରଫ କଲେ। ଯେହେତୁ ମନ୍ତ୍ରୀଙ୍କ ଏହି ମାମଲାରେ ପୂରା ସଂପୃକ୍ତି ରହିଛି। ତେଣୁ ତାଙ୍କୁ ବଂଚାଇବାକୁ ସମସ୍ତ ଚେଷ୍ଟା କରାଯାଇଥିବା କଂଗ୍ରେସ ଅଭିଯୋଗ କରିବା ସହ ଏପରି ସମ୍ବେଦନଶୀଳ ଘଟଣାରେ ସାମିଲ ଥିବା ସମସ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ନିଶିକାନ୍ତ।

Advertisment

ଏହାସହ ସେ କହିଛନ୍ତି, ମାମଲାରେ ଯେହେତୁ ମନ୍ତ୍ରୀଙ୍କ ନାମ ଆସୁଛି, ତେଣୁ ଆଉ ଡେରି ନକରି ତୁରନ୍ତ ନିଜ ପଦବୀରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ କହିଛି। କେବଳ ମନ୍ତ୍ରୀ ନୁହେଁ ବରଂ ପୋଲିସ ଡିଜିଙ୍କ ଉପରେ ବି ବର୍ଷିଛନ୍ତି ନିଶିକାନ୍ତ। ସେ କହିଛନ୍ତି, ପୋଲିସ ମହାନିର୍ଦ୍ଦେଶକ ଘଟଣା ସମ୍ପର୍କରେ ସବୁ ଜାଣି କାହିଁକି ଚୁପ୍‌ ବସିଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ। ଘଟଣାକୁ ଦେଖିଲେ ଲାଗୁଛି ଯେ, ଏଥିରେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ସଂପୃକ୍ତ ଅଛନ୍ତି। ଆଉ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଥିବା ନିଶିକାନ୍ତ କହିବା ସହ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ୍‌ ମଧ୍ୟ ଏଠି ପାଳନ ହେଉନଥିବା ସେ କହିଛନ୍ତି।

Congress Politics Mamita Meher Murder Case Police DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ