Advertisment

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ବିରୋଧ କରିଛି।

ଅଦ୍ୟତନ ହୋଇଛି
Congress Workers Hurl Eggs At Union Minister’s Vehicle

Congress Workers Hurl Eggs At Union Minister’s Vehicle

Advertisment

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି।

Advertisment

ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଭୁବନେଶ୍ୱର ଆସିଥିଲେ। ତେବେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବା ପରେ ଅଣ୍ଡା, କାଳି ଓ କଳା ପତାକା ଦେଖାଇ ଛାତ୍ର କଂଗ୍ରେସ କର୍ମୀ ତାଙ୍କୁ ବିରୋଧ କରିଥିଲେ। ବେଶ୍‌ କିଛି ସମୟ ପାଇଁ ବିମାନବନ୍ଦର ନିକଟ ବିଜୁ ପଟ୍ଟନାୟକ ଛକରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ଆନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ ଦକ୍ଷିଣ ଓଡ଼ିଶାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି। ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଶାଳ ସମାବେଶ କରିଛି କଂଗ୍ରେସ। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା, ପିସିସି ପ୍ରଭାରୀ ଚେଲ୍ଲା କୁମାର, ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ନରସିଂହ ମିଶ୍ର, ରମେଶ ଜେନାଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଏହି ବିଶାଳ ସମାବେଶରେ ସାମିଲ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ସମାବେଶ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ପ୍ରଦୀପ ମାଝି ବିଜେଡିରେ ମିଶିବା ପରେ କଂଗ୍ରେସ ଦକ୍ଷିଣରେ ଥିବା ନିଜ ଭୋଟ୍ ବ୍ୟାଙ୍କ୍‌କୁ ସମ୍ଭାଳିବାକୁ ଚେଷ୍ଟା କରୁଛି।

Advertisment
Bhubaneswar Congress Union Minister Ajay Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ