Advertisment

ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ; ଖୁବ ଶୀଘ୍ର ସରିବାକୁ ଯାଉଛି ନିର୍ବାଚନି ଅଫର୍‌

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ପେଟ୍ରୋଲ ଟାଙ୍କି ତୁରନ୍ତ ପୂର୍ଣ୍ଣ କରିଦିଅନ୍ତୁ, ମୋଦି ସରକାରଙ୍କ ନିର୍ବାଚନ ଅଫର ଶେଷ ହେବାକୁ ଯାଉଛି”।

Rahul Gandhi

Rahul Gandhi

Advertisment

ପୁଣି ଚର୍ଚ୍ଚାରେ ସାଂସଦ ନେତା ରାହୁଲ ଗାନ୍ଧି । ମୋଦି ସରକାରଙ୍କ ଉପରେ ଆକ୍ରମଣ କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ ରାହୁଲ ଗାନ୍ଧି। ଗତକାଲି ପେଟ୍ରୋଲ-ଡିଜେଲର ମୂଲ୍ୟକୁ ନେଇ ସେ ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ନିଜ ଗାଡିର ପେଟ୍ରୋଲ ଟାଙ୍କି ଭର୍ତ୍ତି କରିବାକୁ ନିବେଦନ କରିଛନ୍ତି । କାରଣ ନିର୍ବାଚନ ଶେଷ ହେବାକୁ ଯାଉଛି ଏବଂ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ପେଟ୍ରୋଲ ଟାଙ୍କି ତୁରନ୍ତ ପୂର୍ଣ୍ଣ କରିଦିଅନ୍ତୁ, ମୋଦି ସରକାରଙ୍କ ନିର୍ବାଚନ ଅଫର ଶେଷ ହେବାକୁ ଯାଉଛି”। ବାସ୍ତବରେ, କଂଗ୍ରେସ ଦଳ ସର୍ବଦା ବିଜେପି ଉପରେ ଅଭିଯୋଗ କରିଆସୁଥିବାର ଦେଖିବାକୁ ମିଳିଥାଏ। ରାହୁଲ କହିଛନ୍ତି ଯେ ନିର୍ବାଚନ ସମୟରେ ପେଟ୍ରୋଲ ଏବଂ ଡିଜେଲର ଦର ବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରଖାଯାଇଛି ଏବଂ ନିର୍ବାଚନ ସମାପ୍ତ ହେବା ପରେ ପୁଣି ମୁଦ୍ରାସ୍ଫୀତି ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଶନିବାର ଶେଷ ହୋଇଛି। ସଂଧ୍ୟା ୫ ଟା ବେଳେ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି । ୟୁପିରେ ଶେଷ ପର୍ଯ୍ୟାୟ ପାଇଁ ଭୋଟ୍ ମାର୍ଚ୍ଚ ୭ ରେ ଅନୁଷ୍ଠିତ ହେବ ଏବଂ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ତ, ଗୋଆ ଏବଂ ମଣିପୁର ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ ରେ ଆସିବ।

Advertisment

ବାସ୍ତବରେ, ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେତୁ ଅଶୋଧିତ ତୈଳର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୧୭ ଡଲାରରେ ପହଞ୍ଚିଛି। ଯେଉଁଥିପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ତୈଳ କମ୍ପାନୀଗୁଡିକ ଉପରେ ଚାପ ବଢୁଛି। ଏଭଳି ପରିସ୍ଥିତିରେ ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି।

Rahul Gandhi Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ