Advertisment

ଅଶୋଭନୀୟ ଆଚରଣ ପାଇଁ କଂଗ୍ରେସ ସଦସ୍ୟ ଅଧିର ରଂଜନ ଚୌଧୁରୀ ଗୃହରୁ ସସ୍‌ପେଣ୍ଡ

ପ୍ରିଭିଲେଜ୍‌ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍‌ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍‌ ବାଚସ୍ପତି ।

Congress MP Adhir Ranjan Chowdhury suspended from Lok Sabha

Congress MP Adhir Ranjan Chowdhury suspended from Lok Sabha

Advertisment

ଅଧିର ରଂଜନ ସସ୍‌ପେଣ୍ଡ । କଂଗ୍ରେସ ସଦସ୍ୟ ଅଧିର ରଂଜନ ଚୌଧୁରୀଙ୍କୁ ଗୃହରୁ ସସ୍‌ପେଣ୍ଡ କରାଯାଇଛି । ଗୃହରେ ବାରମ୍ବାର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି । ପ୍ରିଭିଲେଜ୍‌ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍‌ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍‌ ବାଚସ୍ପତି ।

Advertisment

ଅନ୍ୟପଟେ ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି।

ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୫.୦୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ। ନିଜ ସରକାରର ସଫଳତା ବଖାଣିଥିଲେ। ଏଥିସହ ସେ କ୍ରମାଗତ ଭାବେ କଂଗ୍ରେସ ଓ ନିକଟରେ ବିରୋଧୀ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଥିଲେ।

Advertisment

ଭାରତର ଅର୍ଥନୀତି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ପ୍ରାୟ ୨ ଘଣ୍ଟା ଧରି ମୋଦି ଏସବୁ ବିଷୟରେ କହିଥିଲେ ମଧ୍ୟ ମଣିପୁର ପ୍ରସଙ୍ଗ ଉଠାଇ ନଥିଲେ। ତେଣୁ ବିରୋଧୀ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଛନ୍ତି।

ବିରୋଧୀ ଦଳର ସଦସ୍ୟ କକ୍ଷ ତ୍ୟାଗ କରୁଥିବା ବେଳେ ମୋଦି ମଣିପୁର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, “ଯଦି ବିରୋଧୀ ଗୃହ ମନ୍ତ୍ରୀଙ୍କ କଥା ଅନୁସାରେ କେବଳ ମଣିପୁର ଉପରେ ଆଲୋଚନା କରିବାକୁ ରାଜି ହୋଇଥାଆନ୍ତେ, ତା’ହେଲେ ଏପରି କିଛି ହୋଇ ନଥାଆନ୍ତା। ସେମାନଙ୍କୁ ମଧ୍ୟ ମଣିପୁର ପ୍ରସଙ୍ଗରେ କହିବାକୁ ଅଧିକ ସୁଯୋଗ ମିଳି ଥାଆନ୍ତା। ହେଲେ ସେମାନେ ଶୁଣିବାର ଧୈର୍ଯ୍ୟ ନ ରଖି ଗଣତନ୍ତ୍ରକୁ ଅପମାନିତ କରିଛନ୍ତି।”

Advertisment
Congress Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ