Advertisment

Congress MLA: ବିଧାୟକଙ୍କ ଘରେ ଟଙ୍କାର ଗୋଦାମ, ଯେତେ ଖୋଳିଲେ ସେତେ ବାହାରୁଛି

ଜଣେ କଂଗ୍ରେସ ବିଧାୟକଙ୍କ ଘରେ ଦେଶି ସାଙ୍ଗକୁ ପୁଳା ପୁଳା ବିଦେଶୀ ଟଙ୍କା ଜବତ କରିଛି ଇଡି। ସୁନା ସହ ରୁପା ଜିନିଷରେ ବି ଭର୍ତ୍ତି ହୋଇଯାଇଛି ଖଟ। ଏତେ ଟଙ୍କା ଦେଖି ତାଜୁବ ଇଡି।

ED-Raid-on-Congress-MLA-K-C-Veerendra

ED-Raid-on-Congress-MLA-K-C-Veerendra

Advertisment

ଘର ଭିତରେ ଟଙ୍କାର ଗୋଦାମ। ଛିଡା ହୋଇଛି ୫୦୦ ଟଙ୍କିଆ ବିଡା ବିଡା ନୋଟ୍‌ ପାହାଡ। ତା’ ସାଙ୍ଗକୁ ପୁଳା ପୁଳା ସୁନା ଅଳଙ୍କାର। ରୂପା ଜିନିଷରେ ଭର୍ତ୍ତି ଅଛି ସିନ୍ଦୁକ। ଟ୍ରେଜେରୀରେ ଟଙ୍କା ଏମିତି ଖୁନ୍ଦି ହୋଇ ରହିଛି ଯେ, ଆଉ କିଛି ଥୋଇବାକୁ ଜାଗା ନାହିଁ। ବେଡ୍‌ରୁମ୍‌ ଠାରୁ ଆରମ୍ଭ କରି ବାଥରୁମ୍‌। ଯେଉଁଠି ଖୋଳିବ ସେଇଠୁ ବହାରୁଛି ସୁନା ଆଉ ଟଙ୍କା। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କେଉଁଠି ଟଙ୍କା ଗଣିବା ଆରମ୍ଭ କରିବ ଇଡି, କିଛି ଜାଣିପାରୁନାହିଁ। ଏଭଳି ଟଙ୍କାର ଗୋଦାମ ଦେଖିବାକୁ ମିଳିଛି ଜଣେ କଂଗ୍ରେସ ବିଧାୟକଙ୍କ ଘର ଭିତରେ। ବାବୁଙ୍କ ସମ୍ପତ୍ତିର ହିସାବ କରି କରି ଥକି ପଡିଛି ଇଡି। ଶେଷରେ ତାଙ୍କୁ ବାନ୍ଧିଛି।

Advertisment

ଏ ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସ ବିଧାୟକ କେସି ବିରେନ୍ଦ୍ର ପପ୍ପି। ଆଉ ଇଏ ହେଉଛି ତାଙ୍କ ଘର। ଘର ନୁହେଁ ବଙ୍ଗଳା। ଅନଲାଇନ୍‌ ଗେମିଂ ଓ ସଟ୍ଟାବାଜି ସହିତ ଜଡିତ ମନିଲଣ୍ଡରିଂ ମାମଲାରେ ଏହି କଂଗ୍ରେସ ନେତାଙ୍କ ଘରେ ଶୁକ୍ରବାର ଇଡି ଚଢ଼ାଉ କରିଛି। ତାଙ୍କ ଘରୁ ନଗଦ ୧୨ କୋଟି ଟଙ୍କା ଜବତ ହୋଇଛି। ଖାଲି ସେତିକି ନୁହେଁ ଇଡି ହାତରେ ଲାଗିଛି ୬ କୋଟିର ସୁନା ଅଳଙ୍କାର। ୧୦ କେଜି ରୂପା ଅଳଙ୍କାର, ପୁଳା ପୁଳା ବିଦେଶୀ ଟଙ୍କା, ୪ଟି ବିଳାସପୂର୍ଣ୍ଣ ଗାଡି, ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ କାର୍ଡ ମଧ୍ୟ ଜବତ କରାଯାଇଛି। ସେଥିରେ ପୁଣି ୨ଟି ଲକର୍‌ ଫ୍ରିଜ କରିଛି ଇଡି।

ଶୁକ୍ରବାର ସକାଳୁ ୪୦ରୁ ଅଧିକ ଇଡି ଅଫିସର ଏକା ସହ କେସି ବିରେନ୍ଦ୍ରଙ୍କ ୩୧ଟି ଠିକଣାରେ ପଞ୍ଝା ମାରିଥିଲେ। ଗ୍ୟାଙ୍ଗଟକ୍, ଚିତ୍ତୌରଗଡ଼ ଜିଲ୍ଲା, ବେଙ୍ଗାଲୁରୁ, ହୁବଲି, ଯୋଧପୁର, ମୁମ୍ବାଇ ଏବଂ ଗୋଆ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍‌। ଖାଲି ସେତିକି ନୁହେଁ ବିଭିନ୍ନ ସ୍ଥାନରେ କଂଗ୍ରେସ ବିଧାୟକଙ୍କ ନାଁରେ ଥିବା ୧୨ରି ଅଧିକ କ୍ୟାସିନୋ ଉପରେ ମଧ୍ୟ ରେଡ୍‌ ମାରିଥିଲା ଟିମ୍‌।

Advertisment

କଂଗ୍ରେସ ବିଧାୟକ ଏବଂ ତାଙ୍କ କମ୍ପାନୀ ରତ୍ନ ଗୋଲ୍ଡ, ରତ୍ନ ମଲ୍ଟି ସୋର୍ସ, ପପି ଟେକ୍ନୋଲୋଜି ଏବଂ ରତ୍ନ ଗେମିଂ ସଲ୍ୟୁସନ୍ସ ମାଧ୍ୟମରେ ବେଆଇନ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଚଢାଉ କରିଛି। ତଦନ୍ତରୁ ଜଣାପଡିଛି ଯେ ଏହି କଂଗ୍ରେସ ବିଧାୟକ King567, Raja567 ନାଁରେ ଅନେକ ଅନଲାଇନ୍ ବେଟିଂ ସାଇଟ୍ ଚଳାଉଥିଲା। ଏହା ବ୍ୟତୀତ ଅଭିଯୁକ୍ତଙ୍କ ଭାଇ କେ.ସି. ଥିପାସ୍ୱାମୀ ଦୁବାଇରୁ ଡାଇମଣ୍ଡ ସଫ୍ଟଟେକ୍, ଟିଆରଏସ ଟେକ୍ନୋଲୋଜି ଏବଂ ପ୍ରାଇମ9 ଟେକ୍ନୋଲୋଜି ନାମକ ତିନୋଟି କମ୍ପାନୀ ଚଳାଉଛନ୍ତି । ଏହି କମ୍ପାନୀଗୁଡ଼ିକ କଲ୍ ସେଣ୍ଟର ସେବା ଏବଂ ଗେମିଂ ବ୍ୟବସାୟରେ ଜଡିତ।

ଇଡି ପୂର୍ବରୁ ଡିସେମ୍ବର ୨୦୧୬ରେ ଇନକମ୍‌ ଟ୍ୟାକ୍ସ ବିଭାଗ ବୀରେନ୍ଦ୍ରଙ୍କ ଘରେ ଚଢ଼ାଉ କରିଥିଲା। ସେଥିବେଳେ ତାଙ୍କ ବାଥରୁମ ଟାଇଲ୍‌ ତଳୁ ୩୨ କିଲୋ ସୁନା ଓ ନଗଦ ୫ କୋଟି ମିଳିଥିଲା।

Advertisment

ଅଧିକ ପଢନ୍ତୁ: କିଲର କୁକୁର ୬ଜଣଙ୍କୁ ଝୁଣିଲା, ପୂରା ଗାଁ ଶୂନଶାନ

Karnataka Congress MLA Black Money ED Raid Gold Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ