Advertisment

ନିର୍ବାଚନ ଇସ୍ତାହାରରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଦେଲା କଂଗ୍ରେସ

କିଷାନ ନ୍ୟାୟରେ MSP ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେବା ଏବଂ ଋଣଛାଡ଼ ପାଇଁ ଆୟୋଗ ଗଠନ କରିବା ସହ କୃଷିକୁ GST ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛି।

ଅଦ୍ୟତନ ହୋଇଛି
Congress Releases Nyay Patra Manifesto

Congress Politics

Advertisment

ନିର୍ବାଚନୀ ଇସ୍ତାହାରରେ ୫ ନ୍ୟାୟର ପ୍ରତିଶ୍ରୁତି ଦେଲା କଂଗ୍ରେସ। ଆଜି ଲୋକସଭା ନିର୍ବାଚନ ନେଇ କଂଗ୍ରେସ ଘୋଷଣାପତ୍ର ଜାରି କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କରି ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । କୃଷକ, ଶ୍ରମିକ, ମହିଳା, ଯୁବବର୍ଗ ଏବଂ ବେରୋଜଗାର ଉପରେ ଦଳ ଫୋକସ କରିଛି।

Advertisment

କିଷାନ ନ୍ୟାୟରେ MSP ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେବା ଏବଂ ଋଣଛାଡ଼ ପାଇଁ ଆୟୋଗ ଗଠନ କରିବା ସହ କୃଷିକୁ GST ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

ପଢନ୍ତୁ ଏହି ଖବର: ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ

ସେହିପରି ନାରୀ ନ୍ୟାୟରେ ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାନେଇ ଘୋଷଣାପତ୍ରରେ ଉଲ୍ଲେଖ ରହିଛି। ଭାଗିଦାରୀ ନ୍ୟାୟରେ ଜାତିଗତ ଜନଗଣନା ଏବଂ ସଂରକ୍ଷଣ ସୀମା ବଢାଇବାକୁ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି। ଯୁବା ନ୍ୟାୟରେ ୩୦ ଲକ୍ଷ ନିଯୁକ୍ତି ସହ ଟ୍ରେନିଂ ପାଇଁ ୧ ଲକ୍ଷ ଟଙ୍କା ଗ୍ୟାରେଣ୍ଟି ଦେଇଛି କଂଗ୍ରେସ। ମନରେଗାରେ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ଭତ୍ତା ମାସିକ ୧ ହଜାରକୁ ବଢାଇବାକୁ କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

Advertisment

BJP Congress General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ