Advertisment

ତାତିଲେ ତାରା, ହଠାତ୍‌ ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ..

ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା ।

ଅଦ୍ୟତନ ହୋଇଛି
Tara Prasad Bahinipati

Tara Prasad Bahinipati

Advertisment

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା । ମମିତା ହତ୍ୟା ଓ କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି, କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ।

Advertisment

ତାରା କହିଛନ୍ତି କୁଚିଣ୍ଡାରେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହୋଇଛି । ଯାହାର ଅର୍ଥ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଡିଜିପି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ବି ଏ ମାମଲାରେ ଚୁପ୍ ବସିଛନ୍ତି । ନବୀନ ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ କିମ୍ବା ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦେଇ ନିର୍ବାଚନର ସମ୍ମୁଖୀନ ହୁଅନ୍ତୁ ।

Advertisment

ସେପଟେ ତେଲଦର ଆକାଶଛୁଆଁ, ଦରଦାମ ବୃଦ୍ଧିକୁ ନେଇ ଆଗରୁ ଚୁପ୍ ବସିଥିବା ବିଜେଡି ଏବେ ହଠାତ୍‌ ଚିହିଁକି ଉଠିଛି । ବିଜେଡିର ଭଳି ଆଚରଣକୁ ମଧ୍ୟ ସମାଲୋଚନା କରିଛନ୍ତି ତାରା । ସେ କହିଛନ୍ତି ଦିବ୍ୟଶଙ୍କର ନାଁରେ ଅଭିଯୋଗ ଆସିବା ପରେ ତାକୁ ଚାପିବା ପାଇଁ ଦରଦାମ ବୃଦ୍ଧି ବିରୋଧରେ ଏବେ ନାରା ଲଗାଉଛି ବିଜେଡି ।

ଖାଲି  ସେତିକି ନୁହେଁ, ବିଜେପିକୁ ମଧ୍ୟ ଟାର୍ଗେଟ୍‌ କରି ତାରା କହିଛନ୍ତି ବିଜେପି-ବିଜେଡି ଏକ । କିନ୍ତୁ ଉଭୟ ଦଳ ଓଡ଼ିଶାବାସୀଙ୍କ ଆଗରେ ଡ୍ରାମା କରୁଛନ୍ତି । ମମିତାଙ୍କୁ ନ୍ୟାୟ କେବଳ କଂଗ୍ରେସ ଦଳ ହିଁ ଦେଇପାରିବ ବୋଲି କହିଛନ୍ତି ତାରା ବାହିନୀପତି ।

Advertisment

ସୂଚନାଯୋଗ୍ୟ, ମଙ୍ଗଳବାର କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ନିଧୁମ୍‌ ପିଟିଥିଲେ ବିଜେଡି କର୍ମୀ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିଲେ । ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ଚାରିପଟୁ ଘେରିଯାଇ ପିଟିଥିବା ଅଭିଯୋଗ ହୋଇଛି । ମମିତା ହତ୍ୟା ମାମଲାରେ ନାରାବାଜି ବେଳେ ବିଜେଡି କର୍ମୀମାନେ ଆକ୍ରମଣ କରିଥିଲେ । ସଂଘବଦ୍ଧ ମାଡ଼ରେ ଆହତ ଜୟନ୍ତଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । 

ଏହି ଘଟଣାକୁ ନେଇ କଂଗ୍ରେସ ନେତା ଜୟନ୍ତ କିଷାନ କହିଛନ୍ତି, ‘ବିଜେଡି ନେତା ସୁଶାନ୍ତ ସିଂ ଓ ନବ ଦାସଙ୍କ ଗୁଣ୍ଡାମାନେ ମୋତେ ଆକ୍ରମଣ କରିଛନ୍ତି । ପୋଲିସ୍‌ ଉପସ୍ଥିତିରେ ବିଜେଡିର ଗୁଣ୍ଡାମାନେ ମୋତେ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲେ। ବିଜେଡି ଗୁଣ୍ଡାରାଜ୍‌ ଚଳାଇଛି। ବିଜେଡି ସରକାର ଥିବା ପର୍ଯ୍ୟନ୍ତ ନା ମା’ ମାନେ ସୁରକ୍ଷିତ ରହିପାରିବେ ନା ଜଣେ ଚାଷୀ କି ଜଣେ ସାଧାରଣ ଜନତା ଖୁସିରେ ରହି ପାରିବେ ।’

Tara Prasad Bahinipati Odisha Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ