Advertisment

ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ବିଜେଡି: କଂଗ୍ରେସ ନେତା ନରସିଂହ ମିଶ୍ର

ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି। ବିଜେଡି ଦଳ ଦିଲ୍ଲୀ ଯେତେବେଳେ ଯାଉଛନ୍ତି, ସେତେବେଳେ ମୂଷା। ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକ କରୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଅଦ୍ୟତନ ହୋଇଛି
Congress Leader Narasingha Mishra

Congress Leader Narasingha Mishra

Advertisment

ଭୁବନେଶ୍ୱର: ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି। ବିଜେଡି ଦଳ ଦିଲ୍ଲୀ ଯେତେବେଳେ ଯାଉଛନ୍ତି, ସେତେବେଳେ ମୂଷା। ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକ କରୁଛି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

Advertisment

ମରୁଡ଼ି ଆଲୋଚନା ବେଳେ ସାରା ରାଜ୍ୟରେ ମରୁଡ଼ି ଘୋଷଣା କରନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା କିନ୍ତୁ ସେହି ସମୟରେ ରାଜସ୍ୱ ମନ୍ତ୍ରୀ କହିଥିଲେ, ରାଜ୍ୟରେ ମରୁଡ଼ି ହୋଇ ନାହିଁ। ଏବେ ଖଣି ଦୁର୍ନୀତିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରର ବୈମାତୃକ ମନୋଭାବ ଓ ଅବହେଳା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନରସିଂହ କହିଛନ୍ତି।

କୁଜଙ୍ଗର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାରେ ମଧ୍ୟ ସିଧାସଳଖ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ନରସିଂହ। ସେହିପରି ବେଦାନ୍ତ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ନରସିଂହ।

Advertisment

କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ‘ବିଜେଡି ଦଳ ଦିଲ୍ଲୀ ଯେତେବେଳେ ଯାଉଛନ୍ତି, ସେତେବେଳେ ମୂଷା। କାଳେ ବିଲେଇ ଖାଇ ଦେବ, ସ୍ୱର ଉତ୍ତୋଳନ କରୁ ନାହାନ୍ତି। ଯଦିଓ ସିଂହ ନୁହଁନ୍ତି, ଓଡ଼ିଶାରେ ମଧ୍ୟ ସିଂହ ଛାଲ ପିନ୍ଧି ଶାସକ ବିଜେଡି ସିଂହ ଗର୍ଜନ କରୁଛନ୍ତି। ଯେଉଁ ସ୍ଥାନରେ, ଯେଉଁ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା କଥା, ସେତେବେଳେ କୁଆଡ଼େ ଯାଉଛନ୍ତି ? 

Advertisment

ଅନ୍ୟପକ୍ଷେ, ନରସିଂହଙ୍କ ଅଭିଯୋଗ ନେଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଓଡ଼ିଶାର ସ୍ୱାର୍ଥ ପାଇଁ ଯେତେବେଳେ ଯେଉଁଠି ଦରକାର ପଡ଼ିଛି, ସେତେବେଳେ ସିଂହର ରୋଲ୍‌ କରାଯାଇଛି। ଓଡ଼ିଶାର ସାଧାରଣ ଲୋକଙ୍କ ସମସ୍ୟା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ ଯାହା ପଦକ୍ଷେପ ଗ୍ରହଣ କରିବା କଥା ଗ୍ରହଣ କରିଛନ୍ତି। କେନ୍ଦ୍ରକୁ କାହିଁକି ଆମେ ଭୟ କରିବୁ ? ନା କଂଗ୍ରେସ ଥିବାବେଳେ ଆମେ ଭୟ କରିଥିଲୁ ନା ବିଜେପି ଏବେ ଅଛି ଆମେ ଭୟ କରୁଛୁ।’

Narasingha Mishra Congress Targets Odisha Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ