Advertisment

ଟିକେଟ୍‌ ଆଶାୟୀଙ୍କ ପାଇଁ ୱେବସାଇଟ୍ ଲଞ୍ଚ କଲା କଂଗ୍ରେସ୍, ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଯେ କୌଣସି ବ୍ୟକ୍ତି ଏହି ୱେବସାଇଟ୍ ମାଧ୍ୟମରେ ଟିକେଟ୍ ପାଇଁ ଆବେଦନ କରିପାରିବେ। ଉଭୟ ଇଂରାଜୀ ଓ ଓଡ଼ିଆରେ ଏହି ଫର୍ମ ଉପଲବ୍ଧ।

Congress

Congress

Advertisment

କଂଗ୍ରେସ ଟିକେଟ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନ୍ ଆବେଦନ। ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ। ସାମ୍ବାଦିକ ସମ୍ମିଳନୀରେ ୱେବସାଇଟକୁ ଲଞ୍ଚ କରିଛନ୍ତି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର। ଆଜିଠାରୁ ୧୧ ଫେବ୍ରୁଆରୀ ଯାଏ ଆଶାୟୀମାନେ www.pragaman.in ରେ ଅନଲାଇନ୍‌ ଯୋଗେ ଆବେଦନ କରିପାରିବେ। ଉଭୟ ବିଧାନସଭା ଓ ଲୋକସଭା ଆସନରେ ଟିକେଟ ପାଇଁ ଆଶାୟୀ ଆବେଦନ କରିପାରିବେ।

Advertisment

ଯେ କୌଣସି ବ୍ୟକ୍ତି ଏହି ୱେବସାଇଟ୍ ମାଧ୍ୟମରେ ଟିକେଟ୍ ପାଇଁ ଆବେଦନ କରିପାରିବେ। ଉଭୟ ଇଂରାଜୀ ଓ ଓଡ଼ିଆରେ ଏହି ଫର୍ମ ଉପଲବ୍ଧ ‍ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଆବେଦନ କରିବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟନରେ ସ୍ୱଚ୍ଛତା ପାଇଁ ପ୍ରଗମନ ଅଭିଯାନ ଆରମ୍ଭ କରିଛି କଂଗ୍ରେସ।

Odisha Congress OPCC 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ