Advertisment

ହୁଙ୍କୁନି କି ଶୁଣୁନି ସରକାର; ଚାରିଦ୍ୱାର, ରତ୍ନଭଣ୍ତାର ଖୋଲିବାକୁ କଂଗ୍ରେସର ସଂକୀର୍ତ୍ତନ ପ୍ରତିବାଦ

ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ। ଜୋର ଧରିଲାଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଚାରି ଦ୍ୱାର ଖୋଲା ପ୍ରସଙ୍ଗ। କଂଗ୍ରେସ ଆଜି ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ସରକାରଙ୍କୁ ଚେତାବନୀ ଦେଇଛି।

Congress Protest

Congress Protest

Advertisment

ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ଆଗରେ ଖୋଳ, ଝାଞ୍ଜ ଓ ଗିନି ମାଡ଼ । ଗୋଟିଏ ପଟେ ଚାଲିଛି ସଂକୀର୍ତ୍ତନ ଅନ୍ୟପଟେ ସରକାର ବିରୋଧୀ ସ୍ଲୋଗାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହରେ । ଏଭଳି ଅଭିନବ ପ୍ରତିବାଦର ଉଦ୍ଦେଶ୍ୟ ହେଲା ସରକାରଙ୍କ ନିଘୋଡ ନିଦକୁ ସଂକୀର୍ତ୍ତନ ମାଧ୍ୟମରେ ଭାଙ୍ଗିବା ।

Advertisment

ସତ୍ୟାଗ୍ରହର ଉଦ୍ଦେଶ୍ୟ ସରକାର ଶୀଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲି ଗଣତି, ମଣତି, ମରାମତି ସହ ଚାରିଦ୍ୱାରକୁ ଖୋଲନ୍ତୁ । ପୁରୀ, ରାଉରକେଲା,  ଆନନ୍ଦପୁର, ନବରଙ୍ଗପୁର, ଭୁବନେଶ୍ୱର..ସବୁଠି ସଂକୀର୍ତ୍ତନ କରି ପ୍ରତିବାଦ କରିଛି କଂଗ୍ରେସ । ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ଥାପନ କରି ଦଳ ସଂକୀର୍ତ୍ତନ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନୀପତିଙ୍କ ସମେତ ବହୁ ନେତା ନିଜେ ଝାଞ୍ଜ ଓ ଗିନି ବଜାଇ ପ୍ରତିବାଦ କରିଛନ୍ତି ।

ସେପଟେ ବିଜେପି ମଧ୍ୟ କଡ଼ା ଭାଷାରେ ସରକାରଙ୍କୁ ସମାଲୋଚନା କରିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ବି କାହିଁକି କମିଟି ଗଠନ କରି ରତ୍ନଭଣ୍ଡାର ଖୋଲାଯାଉନି, ତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ । ସରକାର ଜାଣିଶୁଣି ଭକ୍ତ ଓ ଭଗବାନ ଭିତରେ ଅନ୍ତରାୟ ସୃଷ୍ଟି କରୁଛନ୍ତି । ଚାରିଦ୍ୱାର ଖୋଲିଲେ ଭକ୍ତମାନେ ଶ୍ରୀଜିଉଙ୍କର ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି କହିଛି ବିଜେପି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଶାସକ ଦଳ କହିଛି, ଆଗକୁ ନିର୍ବାଚନ ଥିବାରୁ ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ।

Advertisment

ଏଣେ ଭକ୍ତ ବି ଶୃଙ୍ଖଳିତ ଦର୍ଶନ ପାଇଁ ଆତୁର । ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରତିଦିନ ଖରା ତରାରେ ଲମ୍ୱା ଧାଡିରେ ଅପେକ୍ଷା କରୁଛନ୍ତି ହଜାର ହଜାର ଭକ୍ତ । ଧର୍ମ ମାସ କାର୍ତ୍ତିକ ଚାଲିଥିବାରୁ ହବିଷ୍ୟାଳୀଙ୍କ ଭିଡ ଏବେ ପୁରୀ ସହରରେ । ଚାରିଦ୍ୱାର ଖୋଲିଲେ ଶୃଙ୍ଖଳିତ ଦର୍ଶନ ହୋଇପାରିବ ବୋଲି ଭକ୍ତଙ୍କ ମତ ।

ପୂର୍ବରୁ ଗଜପତି ମହାରାଜା ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ରତ୍ନ ଭଣ୍ଡାର ଖୋଲିବା ସପକ୍ଷରେ ମତ ରଖିଛନ୍ତି । ବିରୋଧ ବଢୁଥିବା ବେଳେ ସରକାର କେବେ ଶ୍ରଦ୍ଧାଳୁ ଓ ବିରୋଧୀଙ୍କ ଶଙ୍କା ଦୂର କରୁଛନ୍ତି ତାଉପରେ ନଜର ।

Advertisment
Congress Protests Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ