Advertisment

‘ଓଡ଼ିଶାକୁ ଚଳାଉଛନ୍ତି ଡବଲ୍‌ ପି’...ଏଠି ଗାଳି ସେଠି ମେଳି’

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ।

ଅଦ୍ୟତନ ହୋଇଛି
Jayram Ramesh

Jayram Ramesh

Advertisment

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଅବସରରେ ଜୟରାମ ରମେଶଙ୍କ ବଡ଼ ବୟାନ। କହିଲେ, ବିଜେପି-ବିଜେଡି ମୁଦ୍ରାର ଦୁଇ ପାର୍ଶ୍ୱ। ଦିଲ୍ଲୀରେ ପ୍ରତି କ୍ଷେତ୍ରରେ ବିଜେପିକୁ ବିଜେଡି ସହଯୋଗ କରିଆସୁଛି। ମୋଦି ସରକାରକୁ ବିଜେଡି କେବେ ବି ସମାଲୋଚନା କରିନାହିଁ। ଏଠାରେ କେବଳ ଲୋକଦେଖାଣିଆ ଭାବେ ଲଢ଼େଇ କରୁଛନ୍ତି। ଉଭୟ ଦଳ ମଧ୍ୟରେ କେବଳ D ଏବଂ P ତଫାତ୍। ବିଜେଡି ବିଜେପି ମଧ୍ୟରେ ‘ଡି’ ଏବଂ ‘ପି’ ହିଁ ନିର୍ଣ୍ଣାୟକ ହେଉଛନ୍ତି। ଉଭୟ ଦଳରେ ଡବଲ୍‌ ପି। ଏହି ଡବଲ ପି କିଏ ଆପଣ ଜାଣିଥିବେ, ଉଭୟ ରାଜ୍ୟ ଚଳାଉଛନ୍ତି।

Advertisment

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି ବିଜେପି-ବିଜେଡି ମୁଦ୍ରାର ଦୁଇ ପାର୍ଶ୍ୱ। ଲୋକସଭାରେ ବିଜେଡି କେବେ ବି ବିଜେପିର କୌଣସି ପ୍ରସଙ୍ଗରେ ପ୍ରଶ୍ନ ଉଠାଇନି। ଦିଲ୍ଲୀରେ ବିଜେପିକୁ ସାହାଯ୍ୟ କରୁଛି ବିଜେଡି।

ସେ ଆହୁରି କହିଛନ୍ତି ଯେ, ସେ ବହୁବାର ବିଜେଡି ନେତାଙ୍କ ସହ ଲୋକସଭାରେ ଆଲୋଚନା କରିବା ପାଇଁ ସେ ଚେଷ୍ଟା କରିଛନ୍ତି। ହେଲେ ବିଜେଡି ନେତା ସବୁବେଳେ କହିଛନ୍ତି ଯେ ଭୁବନେଶ୍ୱରରୁ ନିର୍ଦ୍ଦେଶ ଆସିଛି ମୋଦି ସରକାରଙ୍କୁ ସମର୍ଥନ କରିବା ପାଇଁ। ବିଜେଡି କେବଳ ଲୋକଙ୍କୁ ଦେଖାଇବା ପାଇଁ ବିରୋଧି। କିନ୍ତୁ ବାସ୍ତବରେ ସେ କେନ୍ଦ୍ରରେ ବିଜେପିକୁ ଦୃଢ଼ ସମର୍ଥନ କରୁଛି।

Advertisment

ଓଡ଼ିଶା ଗସ୍ତରେ ଆସି ରାହୁଲ ଗାନ୍ଧି ମଧ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର। ପାନପୋଷରେ ଜନସାଧାରଣଙ୍କୁ ଉଦବୋଧନ ବେଳେ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି। ବାହାରୁ ଓଡ଼ିଶାକୁ ଲୁଟିବାକୁ ୩୦ କୋଟିପତି ଆସିଛନ୍ତି। ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଛି। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ, ବେରୋଜଗାରୀ ବଢ଼ିଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ ବୋଲି ରାହୁଲ ଅଭିଯୋଗ କରିଛନ୍ତି।

Advertisment
Jayram Ramesh Rahul Gandhi Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ