Advertisment

କଂଗ୍ରେସର ବାହାରିଲା ପୁରୁଣା ରୋଗ: ଦଳୀୟ କନ୍ଦଳର ସମାଧାନ ବଦଳରେ ଆରମ୍ଭ ହେଲା କାଦୁଅ ଫିଙ୍ଗା ରାଜନୀତି

କୋରାପୁଟ କଳିର ମଞ୍ଜି କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରେସ୍‌ମିଟ୍‌ରୁ ପଡିଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତକୁ ନେଇ ଗତ ୧୮ ତାରିଖରେ ଉଲାକା ଜିଲ୍ଲାର ପୂର୍ବତନ ବିଧାୟକମାନଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଡକାଯାଇନଥିଲା କିନ୍ତୁ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ନିମନ୍ତ୍ରଣ ଯାଇଥିଲା।

ଅଦ୍ୟତନ ହୋଇଛି
Congress Infighting

Congress Infighting

Advertisment

ଭୁବନେଶ୍ୱର: ବାହିନୀପତି ଦମ୍ପତି ବନାମ୍ ପିସିସି ଆକ୍ଷେପ, ପ୍ରତି ଆକ୍ଷେପ, ହାଇକମାଣ୍ଡ ଚୁପ୍। ଏହି ବିବାଦର ସୂତ୍ରଧରମାନେ ହେଲେ ସପ୍ତଗିରି ଉଲାକା, ତାରା ବାହିନୀପତି, ପ୍ରଦୀପ ମାଝୀ ଓ କୈଳାସ କୁଲେସିକା। କଂଗ୍ରେସର ବ୍ରାଣ୍ଡ ବୟ ତାରାଙ୍କ ନିଶାନାରେ ପିସିସି ସଭାପତି। ବାରମ୍ବାରା ତାରା ଗଣମାଧ୍ୟମରେ ପିସିସି ସଭାପତିଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ନ୍ୟାୟ ନମିଳିଲେ ବାହିନୀପତି ଦମ୍ପତି ସୋନିଆ ରାହୁଲଙ୍କ ପାଖକୁ ଯିବେ ବୋଲି ଧମକ ଦେଇଛନ୍ତି। ଆଜି ପ୍ରେସ୍ ମିଟ୍‌ରେ ଏହାର ଜବାବ ରଖିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି- କୋରାପୁଟରେ ଏକଛତ୍ରବାଦ ଶାସନର ମନବୃତ୍ତି ଚଳିବନି। ଏହାକୁ ପିସିସି ବରଦାସ୍ତ କରିବନି। କାଉଣ୍ଟର ଜବାବରେ ତାରା କହିଛନ୍ତି ସଭାପତିଙ୍କ ଚାଟୁକାରମାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଉଛି, ଯେଉଁମାନେ କି ଦଳର କ୍ଷତି କରିବେ। ସେ ଆହୁରି ମଧ୍ୟ କହିଛନ୍ତି ମୋ ସହ ଯିଏ ଲଢନ୍ତି ସେ ପାରନ୍ତିନି କାରଣ ଲୋକ ମୋ ସହ ଅଛନ୍ତି।

Advertisment

କୋରାପୁଟ କଳିର ମଞ୍ଜି କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରେସ୍‌ମିଟ୍‌ରୁ ପଡିଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତକୁ ନେଇ ଗତ ୧୮ ତାରିଖରେ ଉଲାକା ଜିଲ୍ଲାର ପୂର୍ବତନ ବିଧାୟକମାନଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଡକାଯାଇନଥିଲା କିନ୍ତୁ ତାରାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କୁ ନିମନ୍ତ୍ରଣ ଯାଇଥିଲା। ମାତ୍ର ମିନାକ୍ଷୀ ବୈଠକରେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କୁ ଦେଖି ଚିହିଁକି ଉଠିଥିଲେ। ତାରାଙ୍କୁ ନଡାକି ଇସ୍ତଫା ଦେଇଥିବା କୁଲେସିକାଙ୍କୁ କାହିଁକି ବୈଠକକୁ ଡକାଗଲା ବୋଲି ମିନାକ୍ଷୀ ପ୍ରଶ୍ନ ଉଠାଇଥିଲେ। ପିସିସି ସଭାପତିଙ୍କୁ ସେ ତତ୍‌କ୍ଷଣାତ ମଧ୍ୟ ଜଣାଇଥିଲେ। ସଭାପତିଙ୍କ ଠାରୁ ନିରାଶ ହେବା ପରେ ବୈଠକ ତ୍ୟାଗ କରିଥିଲେ। ସେବେଠୁ ବାହିନୀପତି ଦମ୍ପତି ରକ୍ତମୁଖା। ତେବେ ନିରଞ୍ଜନ କହୁଛନ୍ତି କୌଣସି ପ୍ରଭାବ ପଡିବନି।

ବିଜେପି-ବିଜେଡି ଆଗକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏପଟେ କିନ୍ତୁ  କଂଗ୍ରେସର ଦୁର୍ବଳ ନେତୃତ୍ୱ ନେଇ ଖୋଦ ନିଜ ବିଧାୟକ ଗୋହି ଖୋଳୁଛନ୍ତି। ଦଳୀୟ କନ୍ଦଳର ସମାଧାନ ବଦଳରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇଛି, ଯାହାକୁ ଆଗାମୀ ନିର୍ବାଚନରେ ଦଳକୁ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି। ଆସନ୍ତା ୩୧ରେ ଆସୁଛନ୍ତି କଂଗ୍ରେସର ପ୍ରଭାରୀ ଚେଲା କୁମାର। ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପୂର୍ବରୁ ଘର ସଜଡା ତାଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ।

Advertisment

ରିପୋର୍ଟ: ନିରଞ୍ଜନ ରେଡ୍ଡି ଓ ଜଗଦୀଶ ଦାସ

Odisha News Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ