Advertisment

No-Confidence Motion : ଦେଢ଼ ବର୍ଷର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, କଣ କରିବ ବିଜେଡି ?

ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଆଣିଲା ଅନାସ୍ଥା। ଏନେଇ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଦେଇଛନ୍ତି ଚିଠି। ଯେଉଁ ଚିଠିରେ ୧୫ ଜଣଙ୍କ ଦସ୍ତଖତ ରହିଛି। ଅନାସ୍ଥାକୁ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି। ତେବେ ସରକାରଙ୍କୁ ଅଡୁଆରେ ପକାଇବାକୁ କଂଗ୍ରେସ ଏଭଳି କରିଥିଲେ ମଧ୍ୟ ବିଜେଡି ଉପରେ ରହିଛି ସମସ୍ତଙ୍କ ନଜର।

Congress has moved a no-confidence motion

Congress has moved a no-confidence motion

Advertisment

ଭୁବନେଶ୍ବର : ବିଜେପି ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ। ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଆଣିଲା ଅନାସ୍ଥା। ଏନେଇ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଦେଇଛନ୍ତି ଚିଠି। ଯେଉଁ ଚିଠିରେ ୧୫ ଜଣଙ୍କ ଦସ୍ତଖତ ରହିଛି। ଅନାସ୍ଥାକୁ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି। ତେବେ ସରକାରଙ୍କୁ ଅଡୁଆରେ ପକାଇବାକୁ କଂଗ୍ରେସ ଏଭଳି କରିଥିଲେ ମଧ୍ୟ ବିଜେଡି ଉପରେ ରହିଛି ସମସ୍ତଙ୍କ ନଜର। ବିଜୁ ଜନତା ଦଳ କଣ କରିବ, ଦଳର ବିଧାୟକ ଏହାକୁ ସମର୍ଥନ କରିବେ କି ନାହିଁ ତାକୁ ରହିଛି ଅପେକ୍ଷା। ତେବେ ଦଳ କହିଛି, ସମୟ ଆସିଲେ ଏନେଇ ନିଷ୍ପତ୍ତି ନିଆଯିବ। ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଏହା ସରକାରଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ। 

Advertisment

ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆଜି ଠୁ ଆରମ୍ଭ ହୋଇ ୨୫ତାରିଖ ଯାଏ ଚାଲିବ । ଅଧିବେଶନରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏବଂ ଅନ୍ୟ ସଦସ୍ୟଙ୍କ ଦେହାନ୍ତ ହୋଇଥିବାରୁ ଶୋକ ପ୍ରସ୍ତାବ ପରେ ତାଙ୍କ ସମ୍ମାନର୍ଥେ ଗୃହ ମୁଲତବୀ କରାଯାଇଥିଲା। ସେପଟେ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଗୃହ ଭିତରେ ଘେରିବାକୁ ବିଧାୟକ ଦଳ ବୈଠକରେ ପ୍ରସ୍ତୁତ କରିଛନ୍ତି ରଣନୀତି । ବିଜେଡିର ସାର, ନାରୀ ହିଂସା ଓ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ନେଇ ସରକାରଙ୍କୁ ଘେରିବା ପାଇଁ ବୈଠକରେ ନିଷ୍ପତ୍ତି ନେଇଥିବା ବେଳେ ଦୁଇ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ଜବାବ ଦେବା ପାଇଁ ସଜବାଜ ହୋଇଛି ଶାସକ ଦଳ। ଆଜି ସନ୍ଧ୍ୟାରେ ଶାସକ ବିଜେପି ଦଳର ବିଧାୟକ ଦଳ ବୈଠକ ବସି ପ୍ରସ୍ତୁତ ହେବ କାଉଣ୍ଟର ରଣନୀତି ।

୧୮ରୁ ୨୫ଯାଏ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ଛଅଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଛି। ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ବେଶ ଉଷ୍ମ ହେବା ବୋଲି ଆକଳନ କରାଯାଉଛି । ତେବେ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ଵଦଳୀୟ ବୈଠକରେ ବାଚସ୍ପତି ଉଭୟ ଶାସକ ଓ ବିରୋଧୀଂକ ସହଯୋଗ ଲୋଡିଛନ୍ତି ।

Advertisment
Congress Odisha Assembly Congress MLAs Opposition In Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ