କଂଗ୍ରେସ ବିରୋଧରେ ଗର୍ଜିଲେ ମୋଦି, କହିଲେ 'ନୟା ଭାରତ... ଘର୍ ମେଁ ଘୁସ୍ କେ ମାରତା ହୈ'

ଗତ କିଛିଦିନ ଧରି ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଉଭୟେ ପରସ୍ପରକୁ ଆକ୍ଷେପ କରିବାକୁ ପଠାଉ ନାହାନ୍ତି । ଗତକାଲି ଏକ ନିର୍ବାଚନ ସଭାରେ ରାହୁଲଙ୍କର ରାୟବରେଲିରୁ ନିର୍ବାଚନ ଲଢ଼ିବାକୁ ନେଇ ମଇଦାନରୁ ପଳାୟନ ନକରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।

PM Modi

ଗତ କିଛିଦିନ ଧରି ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଉଭୟେ ପରସ୍ପରକୁ ଆକ୍ଷେପ କରିବାକୁ ପଛାଉ ନାହାନ୍ତି । ଗତକାଲି ଏକ ନିର୍ବାଚନ ସଭାରେ ରାହୁଲଙ୍କ ରାୟବରେଲିରୁ ନିର୍ବାଚନ ଲଢ଼ିବାକୁ ନେଇ ମଇଦାନରୁ ପଳାୟନ ନକରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କର ମଧ୍ୟ କଂଗ୍ରେସକୁ ଖୋଲାଖୋଲି ସମର୍ଥନ ନିଆଁରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଛି ।

ଏଣୁ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଝାଡ଼ଖଣ୍ଡର ପାଲାମୁରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ଅତୀତର ନୀତି ଦୁର୍ବଳ ଥିଲା । ଅର୍ଥାତ୍ କଂଗ୍ରେସ ସମୟରେ ପାକିସ୍ତାନ ପ୍ରତି ଆପଣା ଯାଇଥିବା ନୀତି ନିହାତି ଦୁର୍ବଳ ଥିଲା । କଂଗ୍ରେସ ପାକିସ୍ତାନକୁ "ପ୍ରେମ ଚିଠି" ଲେଖୁଥିଲା ଫଳରେ ଶାନ୍ତି ପରିବର୍ତ୍ତେ ଆତଙ୍କବାଦୀ କାର୍ଯ୍ୟକଳାପ ଲଗାତାର ଭାବେ ବୃଦ୍ଧି ପାଇଥିଲା ବୋଲି ମୋଦି ଅଭିଯୋଗ କରିଛନ୍ତି ।

ପୂର୍ବରୁ ଆତଙ୍କବାଦୀମାନେ ନିର୍ଦ୍ଦୋଷ ଲୋକଙ୍କୁ ଖୋଲାଖୋଲି ହତ୍ୟା କରୁଥିଲେ ଏବଂ ଭାରତ ସରକାର ପାକିସ୍ତାନକୁ ପ୍ରେମ ଚିଠି ଲେଖୁଥିଲେ । କିନ୍ତୁ ଚିଠିର ଉତ୍ତରରେ ପାକିସ୍ତାନ ପ୍ରେମ ପରିବର୍ତ୍ତେ ଆତଙ୍କବାଦୀ ପଠାଉଥିଲା । କିନ୍ତୁ ୨୦୧୪ ରୁ ଭାରତର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଛି । ଏହା ନୂଆ ଭାରତ । ଏ ଭାରତ ଘରେ ପଶି ମାରେ । ଗୋଟେ ସମୟରେ ଝାଡ଼ଖଣ୍ଡ ଓ ବିହାରର ଲୋକମାନେ ଦେଶ ସୁରକ୍ଷା ପାଇଁ ଯାଇ ସୀମାରେ ମରୁଥିଲେ । ଏନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବୋଲି ପାଲାମୁ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆତଙ୍କବାଦ ବିରୋଧରେ ବିଜେପିର ଦୃଢ଼ କାର୍ଯ୍ୟାନୁଷ୍ଠାନର ଫଳକୁ ଦର୍ଶାଇ ମୋଦି କହିଛନ୍ତି, "ସର୍ଜିକାଲ୍ ଏବଂ ବାଲାକୋଟ୍ ଷ୍ଟ୍ରାଇକ୍ ପାକିସ୍ତାନକୁ ଥରାଇ ଦେଇଛି । କଂଗ୍ରେସକୁ ସମାଲୋଚନା କରି ମୋଦି କରିଛନ୍ତି ନକ୍ସଲବାଦ, ଆତଙ୍କବାଦ ଏବଂ ଧାରା ୩୭୦ ଭଳି ସମସ୍ୟାର ସମାଧାନ କରିବାରେ ପୂର୍ବ ସରକାର ଦୁର୍ବଳ ଥିଲେ ।

ଏଣୁ ଉକ୍ତ ନିର୍ବାଚନୀ ସଭାରେ ମୋଦି ଏକ ଶକ୍ତିଶାଳୀ ସରକାର ଗଠନ ପାଇଁ ଆହ୍ୱାନ କରିଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏକୁ ଜିତାଇବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଗତ କିଛିଦିନ ଚଳେ ରାହୁଲ ଗାନ୍ଧିଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ୍ ସମର୍ଥନ କରିଥିଲେ ।