Advertisment

ଭୁବନେଶ୍ୱରରେ ଖଡ଼ଗେ; ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଦେବେ ଉଦ୍‌ବୋଧନ

ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ ଖଡଗେ।

ଅଦ୍ୟତନ ହୋଇଛି
Mallikarjun Kharge

Mallikarjun Kharge

Advertisment

ଓଡ଼ିଶାରେ ପହଞ୍ଚିଲେ କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ। ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ଏକ ବିରାଟ ପଟୁଆରରେ ତାଙ୍କୁ ନିଆଯାଉଛି। ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ ଖଡଗେ। ସମାବେଶରେ ଜିଲ୍ଲା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କର୍ମୀ ଏବଂ ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ ଖଡଗେ।

Advertisment

ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ। ଖଡଗେଙ୍କ ଗସ୍ତ ପୂର୍ବରୁ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାକୁ ଦରିଦ୍ର ରାଜ୍ୟ ଭାବେ ପରିଣତ କରିସାରିଛନ୍ତି ରାଜ୍ୟ ସରକାର । ଜମି, ଖଣି ଭଳି ଦୁର୍ନୀତିରେ ଲିପ୍ତ ରହିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଦୁର୍ନୀତି ବିରୋଧରେ ହିଁ କଂଗ୍ରେସ ମହାଲଢେଇ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏ ନେଇ ବିଜେଡି କହିଛି, ନିର୍ବାଚନ ପାଖେଇଲେ କେନ୍ଦ୍ରୀୟ ନେତା ସବୁ ଆସନ୍ତି । କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡିବନି। ବିଜେପି ମଧ୍ୟ କଂଗ୍ରେସର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଛି।

Advertisment
Congress Mallikarjun Kharge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ