ଡକ୍ଟର ଅଜୟ କୁମାର ଓଡ଼ିଶା ପିସିସିର ନୂଆ ପ୍ରଭାରୀ

ପୂର୍ବରୁ ଚେଲ୍ଲା କୁମାର ଥିଲେ ଓଡ଼ିଶା ପିସିସି ପ୍ରଭାରୀ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଡକ୍ଟର ଅଜୟ କୁମାର ଓଡ଼ିଶା ପିସିସିର ନୂଆ ପ୍ରଭାରୀ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଫୋକସ୍‌ କଲା କଂଗ୍ରେସ । ବଦଳିଲେ ପିସିସିର ପ୍ରଭାରୀ । ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି କଂଗ୍ରେସ । ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ପିସିସିର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି ।

ଏହା ପୂର୍ବରୁ ଚେଲ୍ଲା କୁମାର ଥିଲେ ଓଡ଼ିଶା ପିସିସି ପ୍ରଭାରୀ । ତାଙ୍କ ସ୍ଥାନରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି କଂଗ୍ରେସ । ଅଜୟଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେପଟେ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ ।

ଓଡ଼ିଶାରେ କଂଗ୍ରେସ କିପରି ଭଲ ପ୍ରଦର୍ଶନ କରିବ । ଲୋକଙ୍କ ନିକଟରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେଇଛି ଦଳ । ବାରମ୍ବାର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ଓଡ଼ିଶାରେ ଏଥର ସରକାର ଗଢ଼ିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଦାବି କରିଆସୁଛନ୍ତି । ଆଉ ଏଥିପାଇଁ ବ୍ୟପକ ପଦକ୍ଷେପ ନୈଏଉଥିବା ଦେଖିବାକୁ ମିଳୁଛି ।

ନିକଟରେ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଶରତ ପଟ୍ଟନାୟକ ୨୦୨୪ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଥିଲେ । ଏମିତି କି ଦଳ ୯ ଆସନରୁ ୯୦ ଆସନ ଜିତିବ ବୋଲି ଦୃଢ଼ୋକ୍ତି ବାଢ଼ିଥିଲେ । ବର୍ତ୍ତମାନ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଫୋକସ୍‌ କରି ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ପିସିସିର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି ।