Advertisment

ଓଡ଼ିଶା ରାଜନୀତିରେ ଚହଳ: ରବି ନନ୍ଦଙ୍କୁ ମଞ୍ଚରୁ ଓହ୍ଲାଇ ଦେଲେ ବବି ଦାସ

କାର୍ଯ୍ୟକ୍ରମ ସରକାରୀ ଥିବାରୁ ଅନ୍ୟ ଅତିଥି ବୃନ୍ଦଙ୍କ ଭଳି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଯୋଗ ଦେଇଥିଲେ।

ଅଦ୍ୟତନ ହୋଇଛି
Cong leader Tara Bahinipati

Cong leader Tara Bahinipati

Advertisment

ଓଡ଼ିଶା ରାଜନୀତିରେ ଚହଳ, କଂଗ୍ରେସ ଶିବିରରେ କମ୍ପନ। କଂଗ୍ରେସ ଦଳର ଟାଣୁଆ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟ ଜୟକାର। ନିଜ ଅଭିଭାଷଣରେ ନବୀନଙ୍କୁ ପ୍ରଂଶସାରେ ପୋତି ପକାଉଥିବାର ଏ ଅବସର, ଜୟପୁର ସ୍ଥିତ ବିକ୍ରମଦେବ କଲେଜର ପ୍ଲାଟିନମ୍ ଜୁବୁଲୀ ଉତ୍ସବ ଆଉ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହର। ଉତ୍ସବରେ ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଙ୍ଗରେ ଥିଲେ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ।

Advertisment

କାର୍ଯ୍ୟକ୍ରମ ସରକାରୀ ଥିବାରୁ ଅନ୍ୟ ଅତିଥି ବୃନ୍ଦଙ୍କ ଭଳି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଯୋଗ ଦେଇଥିଲେ। ତେବେ ମଂଚକୁ ଭାଷଣ ଦେବାକୁ ଯିବା ପରେ ତାରା, ଖାଲି ମୁଖ୍ୟମନ୍ତ୍ରୀଙ୍କୁ ନୁହଁ, ବରଂ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ବି ବାହାବା କରିବାକୁ ଭୁଲି ନଥିଲେ। ଏମତିକି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଆମ ସମ୍ପାଦକ ବୋଲି ସମ୍ବୋଧିତ କରିଥିଲେ ତାରା। ବିଜେଡି ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଗୃହ ବାହାରେ ସିଧା ନିଶାନା ଓ ଗୃହ ଭିତରେ ମୁଣ୍ଡ ବିନ୍ଧାଇ ଦେଉଥିବା ତାରାଙ୍କ ଏ ପଲଟମାର୍ ପଲିଟିକ୍ସ କଣ ପାଇଁ ତାକୁ ନେଇ ଚର୍ଚ୍ଚା ଜୋର।

ଏପଟେ ଏ ସମାରୋହରେ ଆଉ ଏକ ଅଭାବନୀୟ ଦୃଶ୍ୟ ବି ସାମ୍ନାକୁ ଆସିଛି। ଗୋଟିଏ ପଟେ ଉତ୍ସବରେ ବିଧାୟକ ତାରା ବାହିନୀପତି, ମୁଖ୍ୟମନ୍ତ୍ରୀ ଓ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପାଖେ ପାଖେ ନଜର ଆସୁଥିବା ବେଳେ ସେପଟେ ସଭାସ୍ଥଳରେ କିନ୍ତୁ ତାଙ୍କ ପାରମ୍ପରିକ ରାଜନୈତିକି ପ୍ରତିଦ୍ବନ୍ଦ୍ବୀ ରବି ନନ୍ଦଙ୍କୁ କୋଣଠେସା କରାଯାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Advertisment

ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ଫାଇଭି ଟି ସଚିବ ପାଣ୍ଡିଆନ ପ୍ରବେଶ କରିବା ମାତ୍ରେ, ତାଙ୍କ ପଛେ ପଛେ ମଞ୍ଚକୁ ଆସୁଥିଲେ ରବି ନନ୍ଦ। କିନ୍ତୁ ଏ ଉତ୍ସବ ସହ ଆଦୌ କୌଣସି ସମ୍ପର୍କ ନଥିବା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ହଠାତ ଆବିର୍ଭାବ ହେବା ସହ ରବି ନନ୍ଦଙ୍କ ହାତ ଧରି ପଛ ପଟୁ ଟାଣି ଆଣୁଥିବାର ଦେଖିବାକୁ ମିଳୁଛି। ଏପରିକି ରବି ନନ୍ଦ କିଛି ବୁଝିବା ପୂର୍ବରୁ ତାଙ୍କୁ ପଛରୁ ଠେଲି ସଭାମଞ୍ଚରୁ ନେଇଯାଉଥିବା ବି ଦେଖିବାକୁ ମିଳୁଛି। ରବି ନନ୍ଦ ଦକ୍ଷିଣ ପାର୍ଶ୍ବରେ ମଞ୍ଚରୁ ପ୍ରସ୍ଥାନ କରିବା ମାତ୍ରେ, ବାମ ପାର୍ଶ୍ବରେ ପ୍ରବେଶ କରୁଛନ୍ତି ତାରା । କୋରାପୁଟ ରାଜନୀତିରେ ଆଜିର ଏ ଦୃଶ୍ୟ ନିହାତି ବିରଳ ହୋଇଥିବାରୁ ଏହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ରାଜନୀତି ରୋଚକ ମୋଡ଼ ନେଇଛି।

ଜୟପୁର ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ସଭାମଞ୍ଚରେ ଗୋଟେ ପଟେ ତାରାଙ୍କ ବିଜେଡି, ନବୀନ ଓ ପାଣ୍ଡିଆନ୍ ପ୍ରୀତି ଏବଂ ଅନ୍ୟପଟେ ସ୍ଥାନୀୟ ବରିଷ୍ଠ ନେତା ରବି ନନ୍ଦଙ୍କ ପ୍ରତି ଏତାଦୃଶ୍ୟ ବ୍ୟବହାର ରାଜ୍ୟ ରାଜନୀତିରେ କିଛି ନୂଆ ସମୀକରଣ ସୃଷ୍ଟି କରୁଛି କି। ଆଗକୁ ତାରା ବିଜେଡିରେ ଇନ୍ ଆଉ ଆକ୍ଟିଭ୍ ହେବାକୁ ଯାଉଥିବା ବେଳେ ଆଉଟ୍ କିମ୍ବା ଅଚଳ ହେବାକୁ ଯାଉଛନ୍ତି କି ରବି ନନ୍ଦ ? ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

(ଜୟପୁରରୁ ଟି. ଗୌରୀ ଶଙ୍କରଙ୍କ ରିପୋର୍ଟ)

Tara Bahinipati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ