Cong and 16 other political parties come together call for protest against state and central govt
‘ମୋଦି ହଟାଅ, ଦେଶ ବଞ୍ଚାଅ...ନବୀନ ହଟାଅ, ଓଡ଼ିଶା ବଞ୍ଚାଅ’। ଏହି ନାରା ଦେଇ ଆନ୍ଦୋଳନ ଡ଼ାକରା ଦେଇ ଓଡ଼ିଶାରେ ଏକାଠି ହୋଇଛନ୍ତି ୧୭ ରାଜନୈତିକ ଦଳ। କଂଗ୍ରେସ ସମେତ ୧୭ଟି ରାଜନୈତିକ ଦଳ ଏକାଠି ହୋଇ ମିଳିତ ପ୍ରେସ୍ମିଟ୍ କରି ଏହି ମନ୍ତବ୍ୟ ଦେଇଛନ୍ତି।
ଅଗଷ୍ଟ ୨୫ତାରିଖରୁ କନ୍ଧମାଳରୁ ଗାଁ ଗାଁରେ ଆନ୍ଦୋଳନ ହେବ। ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ପାଇଁ ଲକ୍ଷ୍ୟ ରହିଛି। ସାମାଜିକ ନ୍ୟାୟ, କୃଷି, ନିଯୁକ୍ତି ପାଇଁ ଆନ୍ଦୋଳନ ହେବ।
ନିର୍ବାଚନ କମିଶନ ନିଯୁକ୍ତିରେ ମୁଖ୍ୟ ବିଚାରପତିଙ୍କୁ ହଟାଇବା ପାଇଁ ବିଲ୍ ଆଗତ ହୋଇଛି। ହେଲେ ଏହାକୁ ଆମେ ନିନ୍ଦା କରୁଛୁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ପକ୍ଷରୁ ପିଠା ଯୋଜନା ଆରମ୍ଭ କରାଯାଇଥିଲା। ହେଲେ ସେହି ଯୋଜନା ସବୁ କୁଆଡ଼େ ଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1691811324.jpg)