Advertisment

ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ

ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପ୍‌ଗ୍ରେଡ୍‌ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ।

undefined

Odisha Assembly

Advertisment

ଭୁବନେଶ୍ୱର: ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପ୍‌ଗ୍ରେଡ୍‌ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ଏବଂ ବିଧାୟକଙ୍କ ପ୍ରସ୍ତାବ ପରେ ବି ଏହା କାର୍ଯ୍ୟକାରୀ ହେଉ ନଥିବାରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। 

Advertisment

ଅନ୍ୟପକ୍ଷେ, ନୟାଗଡ଼ ରଣପୁରର ଶାସକ ଦଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଶ୍ନକାଳରେ ସେ କହିଛନ୍ତି, ରାଜ୍ୟରେ ଥାନା ଓ ଫାଣ୍ଡିର ଅଭାବ ରହିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ବୋଲି ଗୃହରେ ସେ କହିଥିଲେ। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ଜଣ ବିଧାୟକଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି। ପୋଲିସ ଡିଜି, ଡିଆଇଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବାକୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନକାଳ ସରିବା ପରେ ବୈଠକ କରି ଗୃହରେ ଏକ ବିବୃତି ରଖନ୍ତୁ ବୋଲି ବାଚସ୍ପତି ନିର୍ଦେଶ ଦେଇଛନ୍ତି। 

Advertisment

ପୂର୍ବରୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ଗୃହରେ ମୁଲତବି ଆଲୋଚନା ହୋଇଥିଲା। ତଥାପି ଏହା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ ଆଉ ଥରେ ଆଲୋଚନା ଲାଗି ଦାବି ହୋଇଥିଲା। ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ଏହାସହ ଆଜି ଦୁଇଟି ବିଲ୍ ମଧ୍ୟ ବିଧାନସଭାରେ ଆଗତ ହେବାର ଅଛି।  ଓଡ଼ିଶା ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ୨୦୨୧ ଏବଂ ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ୨୦୨୧କୁ ବିଧାନସଭାରେ ଉପସ୍ଥାପିତ କରିବେ ସରକାର। 

Odisha Assembly Establishment Of Police Stations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ