Advertisment

Compensation: ‘ଆଜି ମିଳିବ କାଳବୈଶାଖୀରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ’

ଦୁଇ ଦିନ ତଳେ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ୪ ଶହରୁ ଅଧିକ ଘର ଭାଙ୍ଗି ଯାଇଥିଲା। ଏଥିସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଥିଲା।

ଅଦ୍ୟତନ ହୋଇଛି
Compensation

Compensation

Advertisment

ଆଜି ସଂଧ୍ୟା ସୁଦ୍ଧା ମିଳିବ କାଳବୈଶାଖୀରେ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ। ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ସମସ୍ୟା ଓ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ  ବାରିପଦାରେ ଆଜି ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଅଧିକ ପଢ଼ନ୍ତୁ: କାଳ ସାଜି ଦୁଃଖ ଆଣିଦେଲା କାଳବୈଶାଖୀ; ଦେଇଗଲା କ୍ଷତି-କ୍ଷତ...

ରାଜସ୍ୱ ମନ୍ତ୍ରୀ କହିଛନ୍ତି, କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି। ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ। ଆଜି ସଂଧ୍ୟା ସୁଦ୍ଧା  କାଳବୈଶାଖୀରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ମିଳିବ। ଯେଉଁମାନଙ୍କ ଆଧାର ଲିଙ୍କ୍‌ ନାହିଁ, ସେମାନଙ୍କୁ ସିଧାସଳଖ ଟଙ୍କା ମିଳିବ।

ଗତକାଲିଠୁ ରାଜସ୍ୱ ମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଗ୍ରାଉଣ୍ଡକୁ ଯାଇ ଲୋକଙ୍କ ସମସ୍ୟା ଓ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପ୍ରଭାବିତ ଲୋକଙ୍କ ସହ  ଆଲୋଚନା କରିଥିଲେ।

Advertisment

ସୂଚନାଯୋଗ୍ୟ, ଦୁଇ ଦିନ ତଳେ କୁଆପଥର ମାଡ଼ରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ପଞ୍ଚାୟତରେ ୪ ଶହରୁ ଅଧିକ ଘର ଭାଙ୍ଗି ଯାଇଥିଲା। ଏଥିସହ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଥିଲା। ମୁଣ୍ଡ ଗୁଞ୍ଜିବାକୁ ଲୋକଙ୍କ ମୁଣ୍ଡ ଉପରେ ଚାଳ ନଥିଲା। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ।

ଅଧିକ ପଢ଼ନ୍ତୁ: ତାତିରୁ ମିଳିବ ଆଶ୍ୱସ୍ତି, ୩ ଦିନ ପରେ ୩ ରୁ ୫ ଡିଗ୍ରୀ କମିବ ତାପମାତ୍ରା

Advertisment
BJP Suresh Pujari Compensation Thunderstorms
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ