Advertisment

Dy CM Sidelined: ଉପ ମୁଖ୍ୟମନ୍ତ୍ରୀଙ୍କୁ ବୈଠକକୁ ଡାକିଲେନି ମୁଖ୍ୟମନ୍ତ୍ରୀ, ବଢ଼ୁଛି କଂଗ୍ରେସ ଫାଟ

ଏହି ଘଟଣା ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ବୈଠକକୁ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଡକାଯାଇନାହିଁ । ତାଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା କନ୍ଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବଢୁଥିବା ବିବାଦକୁ ନେଇ ଏବେ କଳ୍ପନାଜଳ୍ପନା ଚାଲିଛି ।

ଅଦ୍ୟତନ ହୋଇଛି
karnataka

karnataka

Advertisment

କର୍ଣ୍ଣାଟକ କଂଗ୍ରେସ ମଧ୍ୟରେ ଚାଲିଥିବା ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମଙ୍ଗଳବାର ବିଧାନ ସୌଧରେ ନିଜ ଚାମ୍ବରରେ ସମସ୍ତ ଦଳୀୟ ବିଧାୟକଙ୍କ ସହ ଏକ ବୈଠକ ଡାକିଛନ୍ତି । ସେଥିରେ ୫୦ କୋଟି ଟଙ୍କାର ବିକାଶମୂଳକ ଅନୁଦାନ ବଣ୍ଟନ ବିଷୟରେ ଆଲୋଚନା ହେବ । ଏହି ଘଟଣା ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ବୈଠକକୁ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଡକାଯାଇନାହିଁ । ତାଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା କନ୍ଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବଢୁଥିବା ବିବାଦକୁ ନେଇ ଏବେ କଳ୍ପନାଜଳ୍ପନା ଚାଲିଛି ।

Advertisment

ଏହି ଅନୁଦାନ ଘୋଷଣା କଂଗ୍ରେସ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂ ସୁରଜେୱାଲା ଏବଂ ଦଳର ବିଧାୟକଙ୍କ ମଧ୍ୟରେ ଏକ ବୈଠକ ପରେ ହୋଇଥିଲା । ସିଦ୍ଧରୈମୟା ଏବଂ ଶିବକୁମାର ଉଭୟଙ୍କ ସହ ଆଲୋଚନା କରିଛନ୍ତି ରଣଦୀପ ସିଂ ସୁରଜେୱାଲା । ହାଇକମାଣ୍ଡ ଉଭୟ ନେତାଙ୍କୁ ବିଧାୟକଙ୍କ ସହ ଆଲୋଚନା କରି ସେମାନଙ୍କୁ ବିଶ୍ୱାସକୁ ନେବାକୁ ପରାମର୍ଶ ଦେଇଥିଲେ । ବିଶେଷକରି ସରକାରଙ୍କ ଅର୍ଥ ପରିଚାଳନା ଏବଂ ଆଞ୍ଚଳିକ ଅସନ୍ତୁଳନ ନେଇ ଅସନ୍ତୁଷ୍ଟ ଥିବା ବିଧାୟକଙ୍କୁ ମନାଇବା ପାଇଁ ହାଇକମାଣ୍ଡ ପରାମର୍ଶ ଦେଇଥିଲେ । ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଉପ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ବାଦ ଦେଇ ବୈଠକ ଡାକିଛନ୍ତି ।

ଜଣେ କଂଗ୍ରେସ ବିଧାୟକ କହିଛନ୍ତି ଯେ ଉପ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେବା ସେମାନଙ୍କୁ ଉଦ୍‌ବିଗ୍ନ କରିଛି। ଏସଂପର୍କରେ ଗୃହମନ୍ତ୍ରୀ ଜି ପରମେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ସରକାରଙ୍କ ପୂର୍ବବର୍ତ୍ତୀ କାର୍ଯ୍ୟକାଳରେ ମଧ୍ୟ ଏହିପରି ନିର୍ବାଚନମଣ୍ଡଳୀ ସ୍ତରୀୟ ବୈଠକ ହୋଇଥିଲା। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଜିଲ୍ଲାୱାରୀ ବିଧାୟକଙ୍କ ସହ ବୈଠକ କରି କଥାବାର୍ତ୍ତା କରିବେ। ବିଧାୟକଙ୍କୁ ୫୦ କୋଟି ଟଙ୍କା ଅନୁଦାନ ଦିଆଯାଉଛି। ଏହି ବୈଠକରେ ନିର୍ବାଚନମଣ୍ଡଳୀର ସମସ୍ୟା ଏବଂ ଦଳୀୟ ସଂଗଠନ ନେଇ ଆଲୋଚନା ହେବ। ଏହା ନୂଆ ନୁହେଁ ବୋଲି ସେ କହିଛନ୍ତି ।

Advertisment

ସେ କହିଛନ୍ତି ଯେ ସରକାରଙ୍କ ଗତ କାର୍ଯ୍ୟକାଳରେ ମଧ୍ୟ ଯେତେବେଳେ ମୁଁ ରାଜ୍ୟ କଂଗ୍ରେସ କମିଟି ସଭାପତି ଥିଲି ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟକୁ ଆସି ସମସ୍ତ ବିଧାୟକଙ୍କ ସହ ବୈଠକ କରିଥିଲେ। ସେ ଆହୁରି କହିଛନ୍ତି, “ଆମେ ଏକ ପାଞ୍ଚ ବର୍ଷର କାର୍ଯ୍ୟକାଳର ମଝିରେ ଅଛୁ। ଆଗାମୀ ଦୁଇ ବର୍ଷ ଆଉ ଛଅ ମାସରେ କଣ କରାଯାଇପାରିବ ତାହା ଆଲୋଚନା ହେବ। ଉପ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଅଛନ୍ତି, ନଚେତ୍ ସେ ଆସିଥାନ୍ତେ।”

ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଶିବକୁମାରଙ୍କୁ ବାଦ ଦିଆଯାଇଛି। ଏହା ପୂର୍ବରୁ ଚଳିତ ବର୍ଷ ବଜେଟ ବୈଠକ ସମୟରେ ସିଦ୍ଧରମୈୟା ତାଙ୍କ ରାଜନୈତିକ ସଚିବ ଓ ମୁଖ୍ୟ ଯୋଜନା ଅଧିକାରୀଙ୍କ ସହ ବୈଠକ କରିଥିଲେ । କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇଥିଲେ।

Advertisment

ଏହି ଅପମାନ ସତ୍ତ୍ୱେ ଶିବକୁମାର ଅବିଚଳିତ ରହିଛନ୍ତି ଏବଂ ମଙ୍ଗଳବାର ତାଙ୍କ ବିଭାଗର ବିଭିନ୍ନ ସମୀକ୍ଷା ବୈଠକ କରିବାକୁ ସ୍ଥିର କରିଛନ୍ତି ।

ଅଧିକ ପଢ଼ନ୍ତୁ: ଦୁଇ ଭାଇ ହେଲେ ଏକାଠି, କଡ଼ ଲେଉଟାଇଲା ମହାରାଷ୍ଟ୍ର ରାଜନୀତି

Congress Karnataka Siddaramaiah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ