Advertisment

କ୍ୟାପ୍‌ଟେନଙ୍କୁ କାହିଁକି ବିଦା କରନାହାନ୍ତି ନବୀନ? କ'ଣ ରହିଛି କାରଣ ?

ମମିତା ମେହେର ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂପନ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ ସାରା ରାଜ୍ୟ। ହେଲେ ସରକାର ନିଦା ବିଷ୍ଣୁ । ପୂର୍ବରୁ ମହିଳା ନିର୍ଯାତନା ପ୍ରସଙ୍ଗରେ କଥା କଥାକେ ମନ୍ତ୍ରିମଣ୍ଡଳରୁ ବିବାଦାୟୀ ନେତାଙ୍କୁ ବିଦା କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ଭୁବନେଶ୍ୱର: ମମିତା ମେହେର ଘଟଣାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ କଂପନ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ହୁଲସ୍ତୁଲ ସାରା ରାଜ୍ୟ। ହେଲେ ସରକାର ନିଦା ବିଷ୍ଣୁ । ପୂର୍ବରୁ ମହିଳା ନିର୍ଯାତନା ପ୍ରସଙ୍ଗରେ କଥା କଥାକେ ମନ୍ତ୍ରିମଣ୍ଡଳରୁ ବିବାଦାୟୀ ନେତାଙ୍କୁ ବିଦା କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ କିନ୍ତୁ ଦିବ୍ୟଶଙ୍କରଙ୍କୁ ଏତେ ସୁରକ୍ଷା କଣ ପାଇଁ ତାକୁ ନେଇ ଉଠୁଛି ପ୍ରଶ୍ନ। କେବଳ ସେତିକି ନୁହେଁ ମହିଳାଙ୍କ ସୁରକ୍ଷା, ସମ୍ମାନ ନେଇ ବିଜେଡିର ଜିରୋ ଟଲରାନ୍ସ ନୀତିକୁ ନେଇ ବି ପ୍ରଶ୍ନ ଉଠୁଛି। ବିଜେଡିର ଏକ କ୍ଷମତାଶାଳୀ ଗୋଷ୍ଠୀ ସୁରକ୍ଷା ଦେଉଥିବାରୁ କ୍ୟାପଟେନ୍‌ଙ୍କ ଦେହରେ କେହି ହାତ ମାରିପାରୁନଥିବା ଚର୍ଚ୍ଚା ହେଉଛି।

Advertisment

ମମିତା ହତ୍ୟା ମାମଲାକୁ ନେଇ ଉଠୁଛି ପଡୁଛି ପଲ୍ଲୀରୁ ଦିଲ୍ଲୀ। ପ୍ରତ୍ୟେକ ଦିନ ହେଉଛି ବିକ୍ଷୋଭ, ପ୍ରତିବାଦ। କେଉଁଠି ଏସପି ଅଫିସ୍ ଘେରାଉ ତ ଆଉ କେତେବେଳେ ଜିଲ୍ଲା ବନ୍ଦ। ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ଜାତୀୟ ମହିଳା କମିଶନ୍ ବି ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦେଖି ଜାତୀୟ ଦଳ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ଟିମ୍ ଆସି ଅନୁଧ୍ୟାନ କରୁଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ ସଂପର୍କ କଥା ବି କାହାକୁ ଅଛପା ନାହିଁ। ଆଉ ଏହି ହାଇପ୍ରୋଫାଇଲ୍ କେସରେ ପୋଲିସ୍ ତଦନ୍ତକୁ ନେଇ ଅନେକ ଅସମାହିତ ପ୍ରଶ୍ନ ବି ଛିଡା ହୋଇଛି। ଏତେ ସବୁ ସତ୍ତ୍ୱେ ବି ସବୁକିଛି ସ୍ୱାଭାବିକ ଥିଲା ଭଳି, ମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ବିଜେଡିରେ ହେଉଥିବା ଏଭଳି ବ୍ୟତିକ୍ରମକୁ ନେଇ ଦଳ ଭିତରେ ବି ପ୍ରଶ୍ନ ଉଠିଲାଣି। କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନି। ଏମିତିକି ମନ୍ତ୍ରୀଙ୍କଠାରୁ ଗୃହ ବିଭାଗ ବି କାଢି ନିଆଯାଉ ନାହିଁ। ତେବେ ଦିବ୍ୟଶଙ୍କରଙ୍କୁ କାହିଁକି ଏତେ ସୁରକ୍ଷା? ବିରୋଧୀ ଅଭିଯୋଗ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଅବଗତ ନଥିବେ। ତେଣୁ କାର୍ଯ୍ୟାନୁଷ୍ଠାନ ହେଉନି କି?

Advertisment

ପୂର୍ବରୁ କିନ୍ତୁ ମହିଳା ସଂପର୍କିତ ଅଭିଯୋଗ ଆସୁ ଆସୁ ମୁଖ୍ୟମନ୍ତ୍ରୀ ଆକସନ୍ ମୋଡକୁ ଆସୁଥିଲେ। ଆଉ ଏହାର ଫଳ ଭୋଗିଥିଲେ ମହେଶ୍ୱର ମହାନ୍ତି, ଦେବାଶିଷ ନାୟକ ଓ ପ୍ରଦୀପ ମହାରଥୀଙ୍କ ଭଳି ଟାଣୁଆ ନେତା। ମହିଳା ମାର୍ଶଲ ଯୌନ ନିର୍ଯାତନା ଓ ଷଡ଼ଯନ୍ତ୍ର ଅଭିଯୋଗରେ ମହେଶ୍ୱର ମହାନ୍ତିଙ୍କୁ ବାଚସ୍ପତି ପଦରୁ ଓ ଦେବାଶିଷ ନାୟକଙ୍କୁ ମନ୍ତ୍ରୀପଦରୁ ବିଦା କରାଯାଇଥିଲା। ଅନ୍ୟପଟେ ପିପିଲି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର ହୋଇଥିଲେ ମହାରଥୀ । ୨୦୧୯ରେ କୋର୍ଟଙ୍କ ଚୂଡ଼ାନ୍ତ ରାୟ ଆସିବାପରେ ସତ୍ୟର ଜୟ ହେଲା କହି ପୁଣି ଥରେ ମନ୍ତ୍ରୀ ପଦ ହରାଇଥିଲେ । ଏବେ କିନ୍ତୁ ଆଉ ଆକ୍ସନ ହେଉନଥିବାରୁ ବର୍ଷିଛନ୍ତି ବିରୋଧୀ। ବିଜେଡି କହିଛି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀରେ ଆନ୍ଦୋଳନ ତେଜୁଛି। ଆଗକୁ ଥିବା ପଂଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାରେ ଏହି ପ୍ରସଙ୍ଗ ବିଜେଡିକୁ କିଛି ଘାଟା କରାଇବ କି ତାହା ହିଁ ବଡ଼ ପ୍ରଶ୍ନ ।

ଦିଲ୍ଲୀରୁ ଶିବାନନ୍ଦ ରାଉତ, ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ, ହରିହର ଚାନ୍ଦଙ୍କ ରିପୋର୍ଟ

Advertisment
Naveen Patnaik Minister Dibya Shankar Mishra Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ