Advertisment

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବାହାର କଲେ ଭାଙ୍ଗିଯିବ ବିଜେଡି ସରକାର: ଦେବାଶିଷ

ଭୟ ଓ ଆତୁର ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଦିବ୍ୟଙ୍କୁ ଛୁଇଁପାରୁନାହାନ୍ତି। ଭବିଷ୍ୟରେ କଣ ହେବ ସେକଥା କହିବା ମୁସ୍କିଲ। କିନ୍ତୁ ବିଜେଡି ରାଜନୀତିରେ ଗୋଟିଏ ବଡ଼ ବ୍ଲାଷ୍ଟ ହେବାକୁ ଯାଉଛି।

ଅଦ୍ୟତନ ହୋଇଛି
Congress Leader debashish pattnaik

Congress Leader debashish pattnaik

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହର ହତ୍ୟାକାଣ୍ଡକୁ ନେଇ ପଲ୍ଲୀଠୁ ଦିଲ୍ଲୀ ଏବେ ସବୁଠି କମ୍ପୁଛି। ଏହାକୁ ନେଇ ରାଜଧାନୀ ଭୁବନେଶ୍ୱରରେ ବି ରାଜନୈତିକ ତାତି ବଢିବାରେ ଲାଗିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫ ଦାବିରେ କେତେବେଳେ ନବୀନ ନିବାସ ଘେରାଉ, ତ କେତେବେଳେ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ ହେଉଛି। ଏପରିକି ଅନେକ ସ୍ଥାନରେ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ପ୍ରତି ଜିଲ୍ଲାରେ ଏସ୍‌ପି ଅଫିସ୍‌ ଘେରାଉ ଚାଲିଛି। କିନ୍ତୁ ଏତେ ପରେ ବି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିନ୍ତୁ ଚୁପ୍‌। ଏହାରି ଭିତରେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ମହାଲିଙ୍ଗ କଲେଜରେ ଜମି ଜବରଦଖଲ, ଦୁଇ ଦୁଇଟା ହତ୍ୟା ପରି ଜଘନ୍ୟ ଅପରାଧ ବିନା ସରକାର ପ୍ରୋତ୍ସାହନରେ ହେବା ଅସମ୍ଭବ। ସେଠାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ର ଆଜିବି ତଦନ୍ତ ହୋଇପାରିଲାନି। ମହାଲିଙ୍ଗ କଲେଜକୁ ଶାସକ ଦଳର ଅନେକ ମନ୍ତ୍ରୀ ଯାଉଥିଲେ। ସେମାନଙ୍କ ଚୋରା କ୍ୟାସେଟ୍‌ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଖରେ ରହିଛି। ହତ୍ୟାକାଣ୍ଡରେ ଅନେକ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଛି।

ସେ ଆହୁରି କହିଛନ୍ତି ଯେ ଗୋବିନ୍ଦ ସାହୁ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଥା ଗୋଟିଏ। କିନ୍ତୁ ତାଙ୍କୁ ବହିଷ୍କାର କିମ୍ବା ଗିରଫ କରାନଯିବାର ମୂଳ କାରଣ ହେଲା ବହୁ ମନ୍ତ୍ରୀଙ୍କ ଚୋରା କ୍ୟାସେଟ୍ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାଖରେ ରହିଛି। ତେଣୁ ଦିବ୍ୟଶଙ୍କରକୁ ବାହାର କଲେ ବିଜେଡି ସରକାର ଭାଙ୍ଗିଯିବ। ସେଥିପାଇଁ ଭୟ ଓ ଆତୁର ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେଥିପାଇଁ ଦିବ୍ୟଙ୍କୁ ଛୁଇଁପାରୁନାହାନ୍ତି। ଭବିଷ୍ୟରେ କଣ ହେବ ସେକଥା କହିବା ମୁସ୍କିଲ। କିନ୍ତୁ ବିଜେଡି ରାଜନୀତିରେ ଗୋଟିଏ ବଡ଼ ବ୍ଲାଷ୍ଟ ହେବାକୁ ଯାଉଛି।

Advertisment

ଯେଉଁ ମନ୍ତ୍ରୀମାନେ ଯାଇ ସେ ରଙ୍ଗଶାଳାରେ ରହୁଥିଲେ ସେମାନେ ବିସ୍ଫୋରଣରେ ପଡ଼ିବେ। କଲେଜ ଭିତରେ ଚାଲିଥିବା ଅପରାଧ କଥା ଗଣମାଧ୍ୟମ ଠାରୁ ଆରମ୍ଭ କରି କଲେଜ କର୍ମଚାରୀ, ଅଭିଭାବକ ଓ ସ୍ଥାନୀୟ ଲୋକ ମଧ୍ୟ କହୁଛନ୍ତି। ଏହି ବିସ୍ଫୋରଣରେ ବିଜେଡିର ପତନ ହେବ। ଏହାର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଗଲାଣି। ଜଣେ ନାରୀର ଲୁହରେ କିଏ କେବେ ସୁରକ୍ଷିତ ରହିନାହିଁ। ତେଣୁ ମମିତା ଲୁହ ଓ ମମିତାର କୋହରେ ଏ ସରକାର ଭାଙ୍ଗିଯିବ ବୋଲି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି। ବିଧାୟିକା ଲତିକା ପ୍ରଧାନଙ୍କ ପ୍ରତିକ୍ରିୟାକୁ ନେଇ ସେ କହିଛନ୍ତି ଯେ ମାନସିକତା ବିଜେଡି ଦଳ ପରି ମାନସିକତା। ଗୋବିନ୍ଦ ସାହୁକୁ ଖସାଇବା ପାଇଁ ସବୁ ପ୍ରକାର ଚେଷ୍ଟା ଚାଲିଛି।

Advertisment
BJD Congress Mamita Meher Murder Case Debashish Pattnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ