Advertisment

ପଦ୍ମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ: ନବୀନ

ବିଜୟ ଲାଗି ପଦ୍ମପୁରବାସୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି।

ଅଦ୍ୟତନ ହୋଇଛି
କାଲି ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

cmo

Advertisment

ପଦ୍ମପୁରରେ ବିଜେଡିର ବିଜୟ ପରେ ସମ୍ବୋଧନ କରି ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ କାହିଁକି ସେ ପଦ୍ମପୁରକୁ ପ୍ରଚାରରେ ଯାଇଥିଲେ ତାର ଉତ୍ତର ରଖି ନବୀନ କହିଛନ୍ତି- ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ପ୍ରତି ବିଜେପି ନେତାଙ୍କ ଅସମ୍ମାନ ତାଙ୍କୁ ଦୁଃଖ ଦେଇଥିଲା। ଏହା ଓଡ଼ିଶାର ସବୁ ମହିଳାଙ୍କ ପାଇଁ ଦୁଃଖର କଥା ଥିଲା। ତେଣୁ ସେ ବର୍ଷା ସିଂଙ୍କ ପାଇଁ ପ୍ରଚାର କରିବାକୁ ନିଷ୍ପତ୍ତି ନେଲେ। ଏହା ମୋତେ ଅତ୍ୟନ୍ତ ଦୁଃଖ ଦେଇଥିଲା, ଅନ୍ୟଙ୍କୁ ବି ଦୁଃଖ ଦେଇଥିବ ବୋଲି ନବୀନ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ମହିଳାଙ୍କୁ ଅସମ୍ମାନ ଓ ଅପମାନ ନିନ୍ଦନୀୟ। ଏହି କାରଣରୁ ମୁଁ ପଦ୍ମପୁର ପ୍ରଚାରରେ ଯିବାକୁ ନିଷ୍ପତ୍ତି ନେଇଥିଲି। ବର୍ଷାଙ୍କ ପଛରେ ବାପା ଓ ଭାଇ ଭଳି ଠିଆ ହେବାକୁ ନିଷ୍ପତ୍ତି ନେଇଥିଲି। କେନ୍ଦ୍ରର କିଛି ମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ପଦ୍ମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ ବୋଲି ନବୀନ କହିଛନ୍ତି। 

ପଦ୍ମପୁରରେ କାମ ଦେଇଛି ନବୀନ୍‌ ମ୍ୟାଜିକ୍‌ । ବିଜେପିର ଧାମନଗର ଫର୍ମୁଲା ପଦ୍ମପୁରରେ କାମ ଦେଲାନି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ବର୍ଷା ସିଂ ବରିହାଙ୍କ ହାତକୁ ଯାଇଛି ୪୨ ହଜାରରୁ ଅଧିକ ଭୋଟ୍‌ । ୨୩ ରାଉଣ୍ଡ ଶେଷ ସୁଦ୍ଧା ବର୍ଷାଙ୍କୁ ୧, ୧୯, ୫୧୨ ଭୋଟ ମିଳିଛି । ପଦ୍ମପୁରରେ ତ୍ରିମୁଖୀ ଲଢ଼େଇରେ ପୁଣି ଥରେ ଗଡ଼ ବଜାୟ ରଖିବାରେ ସଫଳ ହୋଇଛି ଶାସକ ବିଜେଡ଼ି । 

Advertisment
BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ