Advertisment

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ନୟାପଲ୍ଲୀ ଘରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ପରିବାରବର୍ଗଙ୍କୁ ଜଣାଇଲେ ସମବେଦନା

CM Naveen Patnaik pays last respects to Surjya Narayan Patro

CM Naveen Patnaik pays last respects to Surjya Narayan Patro

Advertisment

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ସୂର୍ଯ୍ୟ ପାତ୍ରଙ୍କ ନୟାପଲ୍ଲୀ ଘରକୁ ଯାଇ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶେଷ ଦର୍ଶନ ପରେ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ବିଜେଡି ପାର୍ଟି ଅଫିସ ଶଙ୍ଖ ଭବନ ଓ ପରେ ବିଧାନସଭାକୁ ନିଆଯିବ ପାର୍ଥିବ ଶରୀର। ସେଠାରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିବେ।

Advertisment

ତା ପରେ ବ୍ରହ୍ମପୁର ଦେଇ ଦିଗପହଣ୍ଡି ନିଆଯିବ। ଅପରାହ୍ନରେ ଦିଗପହଣ୍ଡିରେ ହିଁ ଶେଷ କୃତ୍ୟ ହେବାର ଅଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଅନେକ ବ୍ୟକ୍ତି ଶୋକ ବ୍ୟକ୍ତ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସୂର୍ଯ୍ୟପାତ୍ରଙ୍କୁ .ଶେଷ ଦର୍ଶନ ପାଇଁ ତାଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ଅନେକ ବ୍ୟକ୍ତିଙ୍କ ଭିଡ଼ ଜମିଛି । ...

Advertisment

ସବୁଠାରୁ ବଡ଼ କଥା ହେଉଛି ସୂର୍ଯ୍ୟ ନାରାୟଣ ପାତ୍ର ମରି ମଧ୍ୟ ଅମର। ତାଙ୍କରି ଆଖିରେ ଦୁନିଆର ସୁନ୍ଦର ଦୃଶ୍ୟକୁ ଦେଖିପାରିବେ ଆଉ ଦୁଇଜଣ। ଗତକାଲି ତାଙ୍କର ଆଖିକୁ ଦାନ କରାଯାଇଛି । ସୂର୍ଯ୍ୟପାତ୍ରଙ୍କ ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ଚକ୍ଷୁ ଦାନ କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ । ଏହାପରେ ଆଖିର ମାନ ପରୀକ୍ଷା ସହ ରକ୍ତ ନମୂନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ । ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଙ୍କ ମୃତ୍ୟୁ ପରେ ଚକ୍ଷୁ ଦାନ କରାଯାଇଥିଲା।...

CM Naveen Patnaik Surjya Narayan Patro
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ