Advertisment

ରାତି ଅଧରେ ଲୋକଙ୍କୁ ପ୍ରଭାବିତ କରୁଥିଲେ, ପ୍ରତିବାଦ କରିବାରୁ ମାଡ଼ ମାରି ଯୁବକଙ୍କ ମୁହଁ ଫଟାଇଲେ

ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍‌’ର ସାଙ୍ଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁରରୁ ମଧ୍ୟ ଏଭଳି କିଛି ଅଭିଯୋଗ ଆସିଛି। ଏହି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

ଅଦ୍ୟତନ ହୋଇଛି
Clash Over Note For Vote

Clash Over Note For Vote

Advertisment

ପୌର ନିର୍ବାଚନ ଲାଗି ଆଜି ମତଦାନ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ତେବେ ଭୋଟ୍‌ଦାନ ପୂର୍ବ ରାତିରେ ଅନ୍ଧାରି ବିଜେ। 

Advertisment

ପୌର ଭୋଟ୍ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ‘ନୋଟ୍ ଫର୍ ଭୋଟ୍‌’ର ସାଙ୍ଘାତିକ ଅଭିଯୋଗ ଆସିଛି। ବ୍ରହ୍ମପୁରରୁ ମଧ୍ୟ ଏଭଳି କିଛି ଅଭିଯୋଗ ଆସିଛି। ଏହି କାରଣରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ବ୍ରହ୍ମପୁର ମହାନଗର ୩୬ ନମ୍ବର ଓ୍ୱାର୍ଡରେ ଗତକାଲି ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ବ୍ରହ୍ମପୁର ମହାନଗର ୩୬ ନମ୍ବର ଓ୍ୱାର୍ଡରେ ରାତି ଅଧରେ ଗୋଟିଏ ଗୋଷ୍ଠୀର ୫ରୁ ୭ଜଣ ଲୋକ ବାଇକ୍‌ରେ ଆସି ସାହି ଲୋକମାନଙ୍କୁ ପ୍ରଭାବିତ କରୁଥିଲେ। ଏନେଇ ଅନ୍ୟ ଏକ ଗୋଷ୍ଠୀର ଜଣେ ଯୁବକ ଏହା ଦେଖି ପ୍ରତିବାଦ କରିଥିଲେ। ଫଳରେ ଯୁବକ ଜଣକ ଆକ୍ରମଣର ଶିକାର ହୋଇଥିଲେ।

Advertisment

ଆକ୍ରମଣରେ ଯୁବକଙ୍କ ମୁହଁ ଫାଟି ଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରୁ ସେମାନଙ୍କୁ ଘଉଡ଼ାଇଥିଲା। 

Municipal Elections 2022 Odisha Municipal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ