Clash erupts between 2 groups in the presence of BJD MLA in Odisha's Sambalpur
ବିଜେଡି ବିଧାୟକଙ୍କ ଉପସ୍ଥିତିରେ ଦଳୀୟ କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଯିଏ ଯାହାକୁ ପାରିଲା ଧସ୍ତାଧସ୍ତି କରି ମାଡ଼ପିଟ୍ କଲା। ବିଜେଡ଼ିର ସାଂଗଠନିକ ବୈଠକରେ ଦେଖିବାକୁ ମିଳିଛି ଏଭଳି ତୁମୁଳକାଣ୍ଡ। ପାଖରେ ବସିଛନ୍ତି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ। ତାଙ୍କ ଉପସ୍ଥିତିରେ ଏଭଳି ଗଣ୍ଡଗୋଳ ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଭାଇରାଲ୍ ହେଉଛି।
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ଫୁଟବଲ ପଡିଆରେ ୪ଟି ପଞ୍ଚାୟତକୁ ନେଇ ଚାଲିଥିଲା ବିଜେଡି ସାଙ୍ଗଠନିକ ବୈଠକ। ଜମନକିରା ବ୍ଲକ ବିଜେଡି ସଂଯୋଜକ ଭୁବନେଶ୍ୱର କିଷାନଙ୍କ ଅଧକ୍ଷ୍ୟତାରେ ଏହି ବୈଠକ ଚାଲିଥିଲା। କିନ୍ତୁ ବିଭିନ୍ନ ପ୍ରସଙ୍ଗରେ କୁଚିଣ୍ଡା ବିଧାୟକଙ୍କୁ ବିରୋଧ କରିଥିଲେ ଗୋଟିଏ ଗୋଷ୍ଠୀ। ତାଙ୍କ କାର୍ଯ୍ୟକଳାପ ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ସହ ଉନ୍ନୟନମୂଳକ କାମକୁ ନେଇ ପ୍ରଶ୍ନ ଉଠାଇଥିଲେ କୁଲୁଣ୍ଡି, ଖରସନମାଲ, ମୁଣ୍ଡେନପାଲି ଓ ବଡରମା ପଞ୍ଚାୟତର ବିଜେଡ଼ି କର୍ମୀ।
ତା’ସହ ଆସନ୍ତା ନିର୍ବାଚନରେ ନୂଆ ବିଧାୟକ ପ୍ରାର୍ଥୀ ଚୟନ ଓ MLAଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ବ୍ଲକ ଅଧକ୍ଷ୍ୟାଙ୍କ ଇସ୍ତଫା ଦାବି କରିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ଏଭଳି ତୁମୁଳକାଣ୍ଡ। ତେବେ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ଫୋନରେ ଯୋଗାଯୋଗ ସମ୍ଭବ ହୋଇନପାରିବାରୁ ଏ ସଂପର୍କରେ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700019796.jpg)