ପିଏମ ଆବାସକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ, ପୋଲିସ ମୁତୟନ

ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍‌ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି

ଆବାସ ପାଇଁ ମୁହାଁମୁହିଁ

News Summary

ମୁହାଁମୁହିଁ ହେଲେ ଶାସକ-ବିରୋଧୀ

ଢେଲା ମାଡ଼ରେ ଘାଇଲା କର୍ମୀ

କେତେ ହୋଇଛି ଦୁର୍ନୀତି?

ଗର୍ଜନ କଲା ବିଜେପି

ଭୁବନେଶ୍ୱର: ପିଏମ୍ ଆବାସକୁ ନେଇ ଜାରି ରହିଥିବା ବିଜେପି-ବିଜେଡି କଳି ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଦୁର୍ନୀତି। ନୀରିହଙ୍କ ସରଳତାର ସୁଯୋଗ ନେଇ ସାଂଘାତିକ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଛନ୍ତି ଅସାଧୁ ଠିକାଦାର ଏବଂ କର୍ମଚାରୀ। କେଉଁ ହିତାଧିକାରୀଙ୍କ ଆକାଉଣ୍ଟରେ ସମ୍ପୂର୍ଣ୍ଣ ଟଙ୍କା ପୈଠ ହୋଇଥିଲେ ବି ପିଏମ୍ ଆୱାସ୍‌ରେ ଦେଖାନାହିଁ, ତ ଆଉ କିଏ ଯୋଜନା ପାଇଁ ଯୋଗ୍ୟ ଥିଲେ ବି ହୀନସ୍ତା ହେଉଛନ୍ତି ଘରଟିଏ ଲାଗିା ରାଜ୍ୟବ୍ୟାପି ଏଭଳି ସ୍ଥିତି ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତି ଅଭିଯୋଗ ଆଣି ଗ୍ରାଉଣ୍ଡ ଜିରୋରେ ଗର୍ଜନ କରିଛି ବିଜେପି। ଆଜି ବ୍ଲକ କାର୍ଯ୍ୟାଳୟ ଗୁଡ଼ିକରେ ଧାରଣା ଦେଇଥିବା ବିଜେପି ସହ ମୁହାଁମୁହିଁ ହୋଇଛି ବିଜେଡିା ବଡ଼ମ୍ବା ନରସିଂହପୁରରେ ହୋଇଛି ତୁମୂଳ ସଂଘର୍ଷ।

ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍‌ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି। ସ୍ଥିତି ଏପରି ହୋଇଥିଲା ଯେ, ପୋଲିସ ଫୋର୍ସ ଆସିବାକୁ ପଡ଼ିଲା। ଆଉ ପୋଲିସ ଉପସ୍ଥିତିରେ ଦୀର୍ଘ ସମୟ ଧରି ଚାଲିଲା ଧସ୍ତାଧସ୍ତି ସହ ଢ଼େଲା ପଥର ମାଡ଼। ଏହି ଘଟଣା ପଛରେ ବିଜେଡି କର୍ମୀଙ୍କୁ ଦାୟୀ କରି ବ୍ଲକ ଅଫିସ ଆଗରେ ପୁଣି ଧାରଣା ଦେଇଥିଲା ବିଜେପି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି ଅଭିଯୋଗ ଆଣି ରାଜ୍ୟର ୩୧୪ଟି ବ୍ଲକ ହେଡ୍କ୍ୱାର୍ଟରରେ ବିଜେପି ବିକ୍ଷୋଭ କରିଛି । ରାଜ୍ୟକୁ ମିଳିଥିବା ୮ଲକ୍ଷ ୧୭ ହଜାର ଆବାସ କେବଳ ୨୧ଟି ଜିଲ୍ଲାରେ ଆବଣ୍ଟିତ କରି ବାକି ୯ଟି ଜିଲ୍ଲାକୁ ଗୋଟିଏ ବି ଦେଇନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ତେବେ ପିଏମ୍ ଆବାସ ଯୋଜନା ଦୁର୍ନୀତିର ସତ ଜାଣିବା ପାଇଁ ଆମେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲୁ। ଆଉ ଯାହା ସାମ୍ନାକୁ ଆସିଲା, ଆଖି ତରାଟିଲା ଭଳି ଥିଲା। ମାଲକାନଗିରି ସେରପାଲି ପଞ୍ଚାୟତ ଟାଙ୍ଗଣତୋଙ୍ଗ ଗାଁର ଆଇତୁ ସୋଡି। ୨୦୧୬-୧୭ରେ ପିଏମ୍ ଆୱାସ୍‌ ଯୋଜନାରେ ସାମିଲ ହୋଇଥିଲା ତାଙ୍କ ନାଁ ଏବଂ କାର୍ଯ୍ୟାଦେଶ ବି ମିଳିଥିଲା। କିନ୍ତୁ ଦୁର୍ଭାଗ୍ୟ, କିଛି ଦିନ ପରେ ଜଣେ ଠିକାଦାର ଆଇତୁଙ୍କ ଠାରୁ କିସ୍ତି ଆକାରରେ କୌଶଳକ୍ରମେ ନେଇଗଲେ ଘର ନିର୍ମାଣ ପାଇଁ ଆସିଥିବା ସମ୍ପୂର୍ଣ୍ଣ ଟଙ୍କା। ହେଲେ ଘର କିନ୍ତୁ ଅଧପନ୍ତରିଆ। ଚାଳ ଛପର ଘରେ କାଳ କାଟୁଛନ୍ତି ଆଇତୁ । କେବଳ ଆଇତୁ ନୁହଁନ୍ତି, ସେରପାଲି ପଞ୍ଚାୟତର ୧୮ ଜଣଙ୍କ ହିତାଧିକାରୀଙ୍କ ଠାରୁ ଏଭଳି ଚଞ୍ଚକତା କରି ଟଙ୍କା ଠିକାଦାର ହରଣଚାଲ୍ କରିଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

କୋରାପୁଟ ଜିଲ୍ଲାରେ ବି ପିଏମ୍ ଆବାସ କେଳେଙ୍କାରୀର ମହାକଳଙ୍କ ଦେଖିବାକୁ ମିଳିଛି। କୋରାପୁଟ ବ୍ଲକ ଖଗୋଦରରା ଗାଁର ଦୁର୍ଲଭ ଟାକିର। ଗତ ୩ ବର୍ଷ ହେଲାଣି, ଭାଙ୍ଗିରୁଜି ଗଲାଣି ତାଙ୍କର କୁଡ଼ିଆ ଘର। ଅନେକଥର ଆବାସ ଯୋଜନାରେ ଘରଟିଏ ପାଇଁ ରାଜ୍ୟ ସରକାରଙ୍କୁ ନେହୁରା ହୋଇଛନ୍ତି ।ଫଟୋ ଉଠାଇ ଅଧିକାରୀ ମାନେ ଘର ଦେବାର ପ୍ରତିଶ୍ରୁତି ବି ଦେଇଛନ୍ତି । କିନ୍ତୁ ଆଜିଯାଏଁ ଘରର ନାଁ ଗନ୍ଧ ନାହିଁ ।ଦଶମନ୍ତପୁର ବ୍ଲକର ପଞ୍ଚଡାପଦର ଗାଁର ଯୋଗ୍ୟ ହିତାଧିକାରୀ ଥାଇ ବି ଗୋଟିଏ ହେଲେ ପରିବାରକୁ ଆବାସ ଖଣ୍ଡେ ମିଳିନାହି ଗତ ୧୩ବର୍ଷ ହେଲା। ତେବେ ସରକାର ଟଙ୍କା ଦେଉଛନ୍ତି ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ ଏଥିରୁ ସ୍ପଷ୍ଟ ଜଣାପଡ଼ିଛି।