Advertisment

ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।

undefined

Chilika MLA Prashant Jagdev sent to Banpur sub-jail

Advertisment

ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଗତକାଲି ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। 

Advertisment

ଗତକାଲି ବାଣପୁର୍ ସବ୍ ଜେଲ୍‌ରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରଥମ ରାତି କାଟିଛନ୍ତି। ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ଜେଲ୍‌ରେ ବିଧାୟକଙ୍କ ସହ ଜଣେ ଆଟେଣ୍ଡାଣ୍ଟ ରହିପାରିବେ ବୋଲି ଅନୁମତି ପ୍ରଦାନ କରାଯାଇଛି। ଏହା ସହ ଜେଲର ଯଦି ଅନୁଭବ କରନ୍ତି ଯେ, ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଉଛି ତେବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇପାରିବ। କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ପରେ ଉପର କୋର୍ଟକୁ ଯିବା ପାଇଁ ଜଗଦ୍ଦେବଙ୍କ ଓକିଲ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଜୋରଜବରଦସ୍ତ ଭିଡ଼ ଭିତରକୁ ବିଧାୟକ ଗାଡ଼ି ନେଇଥିଲେ। ଏହାପରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ। ଯେଉଁଥିରେ ଏକାଧିକ ବ୍ୟକ୍ତି, ପୋଲିସ୍ ଏବଂ ସାମ୍ବାଦିକ ଆହତ ହୋଇଥିଲେ।

Advertisment

ଘଟଣା ପରେ ଲୋକେ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିଥିଲେ। ଏହାପରଠୁ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଗତକାଲି ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। 

MLA Prashant Jagdev Chilika MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ