Advertisment

ମଦ ପିଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଦେଖନ୍ତୁ ଘଟଣା ବେଳର LIVE ଦୃଶ୍ୟ

ଲୋକଙ୍କ ଉପରେ ବିଧାୟକ ଗାଡ଼ି ମଡ଼ାଇ ଦେବା ବେଳର LIVE ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ବିଧାୟକ ନିରୀହ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Chilika MLA Prashant Jagdev’s Car Plows Into Crowd

Chilika MLA Prashant Jagdev’s Car Plows Into Crowd

Advertisment

ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବିଜେଡି ବିଧାୟକ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇ ଦେଇଛନ୍ତି। ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଏହି ଘଟଣା ଘଟିଛି। 

Advertisment

ଘଟଣାରେ ୨୨ ଜଣ ଆହତ ହୋଇଛନ୍ତି। ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଓ ବିଭିନ୍ନ ଦଳର ୧୫ ଜଣ ସମର୍ଥକ ଆହତ ହୋଇଛନ୍ତି।ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ଉପସ୍ଥିତ ଲୋକେ ଅଭିଯୋଗ କରିଛନ୍ତି।  

ଲୋକଙ୍କ ଉପରେ ବିଧାୟକ ଗାଡ଼ି ମଡ଼ାଇ ଦେବା ବେଳର LIVE ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ବିଧାୟକ ନିରୀହ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଦେଖିବାକୁ ମିଳିଛି। ବିଧାୟକଙ୍କ ଗାଡ଼ି ଧକ୍କାରେ କିଛି ଲୋକ ତଳେ ପଡ଼ି ଯାଇଥିବାବେଳେ ଆଉ କିଛି ଲୋକ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।  

Advertisment

ଗାଡ଼ି ମଡ଼ାଇ ଦେବାରୁ ବିଧାୟକ ଜଗଦ୍ଦେବଙ୍କୁ ଉପସ୍ଥିତ ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାସହ ବିଧାୟକଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ତଳେ ପକାଇ ଲୋକମାନେ ପିଟିଥିଲେ।

MLA Prashant Jagdev Chilika MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ