Advertisment

ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବିଜେଡି ବିଧାୟକ, ବିଜେପି କହିଲା- ଏଭଳି ଲୋକର ସ୍ଥାନ ଜେଲ୍‌ରେ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
Chilika MLA Prashant Jagdev’s Car Plows

Chilika MLA Prashant Jagdev’s Car Plows

Advertisment

ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବିଜେଡି ବିଧାୟକ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇ ଦେଇଛନ୍ତି। ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଏହି ଘଟଣା ଘଟିଛି।

Advertisment

ଘଟଣାରେ ୨୨ ଜଣ ଆହତ ହୋଇଛନ୍ତି। ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଓ ବିଭିନ୍ନ ଦଳର ୧୫ ଜଣ ସମର୍ଥକ ଆହତ ହୋଇଛନ୍ତି । ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଥିବା ଉପସ୍ଥିତ ଲୋକେ ଅଭିଯୋଗ କରିଛନ୍ତି।  

ଗାଡ଼ି ମଡ଼ାଇ ଦେବାରୁ ବିଧାୟକ ଜଗଦ୍ଦେବଙ୍କୁ ଉପସ୍ଥିତ ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାସହ ବିଧାୟକଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ତଳେ ପକାଇ ଲୋକମାନେ ପିଟିଥିଲେ। ଲୋକଙ୍କ ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୁର୍‌ମାର୍‌ କରି ଦେଇଛନ୍ତି। ଏହାସହ ଗାଡ଼ିକୁ ଓଲଟାଇ ଦେବା ସହ ପଥରରେ ଛେଚି ଭାଙ୍ଗି ଦେଇଛନ୍ତି। 

Advertisment

ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଛନ୍ତି। ଲୋକଙ୍କ ଉପରେ ରାଗ ରଖି, ଡରାଇବା ପାଇଁ ଗାଡ଼ି ମଡ଼ାଇଛନ୍ତି। ଏଭଳି କାମ ସୁସ୍ଥ ମସ୍ତିସ୍କ ଥିବା ବ୍ୟକ୍ତିର କେବେ ହୋଇପାରେନା। ଏଭଳି ଲୋକର ସ୍ଥାନ ଜେଲ୍‌ରେ। ଘଟଣାରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।  

MLA Prashant Jagdev Chilika MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ