Advertisment

ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବାହୁବଳୀ ବିଧାୟକ

ଡ୍ରାଇଭର ସିଟ୍‌ରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Chilika MLA Prashant Jagdev's Car Plows Into Crowd

Chilika MLA Prashant Jagdev's Car Plows Into Crowd

Advertisment

ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ ବିଧାୟକ। ଡ୍ରାଇଭର ସିଟ୍‌ରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ବାଣପୁର ବ୍ଲକ ସାମ୍ନାରେ ଲୋକଙ୍କ ଉପରେ ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେଇଛନ୍ତି।  ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ଏହି ଘଟଣା ଘଟିଛି। 

Advertisment

ଘଟଣାକୁ ନେଇ ଖୋର୍ଦ୍ଧା ଏସ୍‌ପି ଅଲେଖ ଚନ୍ଦ୍ର ପହି ପ୍ରତିକ୍ରିୟା ରଖିଛନ୍ତି। ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ୧୫ ଜଣ ବିଭିନ୍ନ ଦଳର ସମର୍ଥକ ମଧ୍ୟ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ଚିଲିକା ବିଧାୟକ ମଧ୍ୟ ଆହତ ହୋଇଛନ୍ତି ବୋଲି ଖୋର୍ଦ୍ଧା ଏସ୍‌ପି କହିଛନ୍ତି। 

ଖୋର୍ଦ୍ଧା ଏସ୍‌ପି ଆହୁରି କହିଛନ୍ତି, ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ଓ ପରେ ଭୁବନେଶ୍ୱର ପଠାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯାହାର ଦୋଷ ଥିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କେହି ମୃତ୍ୟୁବରଣ କରିଥିବାର ଖବର ନାହିଁ ବୋଲି ଏସ୍‌ପି କହିଛନ୍ତି। 

Advertisment

ଗାଡ଼ି ମଡ଼ାଇ ଦେବାରୁ ବିଧାୟକ ଜଗଦ୍ଦେବଙ୍କୁ ଉପସ୍ଥିତ ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାସହ ବିଧାୟକଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ତଳେ ପକାଇ ଲୋକମାନେ ପିଟିଥିଲେ।

MLA Prashant Jagdev Chilika MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ