Advertisment

ଭୋଟର ତାଲିକାରେ ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ପରାମର୍ଶ

କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଅଦ୍ୟତନ ହୋଇଛି
panchayat election

panchayat election

Advertisment

ଭୁବନେଶ୍ୱର: ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି।  ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

Advertisment

ଆସନ୍ତା ୨୧ ତାରିଖରେ ବୁଥ୍ ଗୁଡ଼ିକରେ ବୁଥ୍ ଲେବୁଲ ଅଫିସର ଉପସ୍ଥିତ ରହିବେ। ସେଠାରେ ଯାଇ ସଂଶୋଧନ କରିପାରିବେ ନ ହେଲେ ଅନଲାଇନ୍‌ରେ ବା ସ୍ମାର୍ଟ ଫୋନ୍‌ରେ ଉପଯୁକ୍ତ ମୋବାଇଲ୍ ଆପ୍‌ରେ ସଂଶୋଧନ କରାଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ତେବେ ନିର୍ଭୁଲ୍‌ ଭୋଟର ତାଲିକା ବା ନିଜର ଭୋଟ୍ ପରିଚୟ ପତ୍ର କରିବା ଲାଗି ଅନଲାଇନ୍ ଆବେଦନ ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି।

ନିର୍ଦ୍ଦିଷ୍ଟ ଆବେଦନ ପତ୍ରକୁ ପୂରଣ କରି ସଂଶୋଧନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଭୋଟର ଲିଷ୍ଟରେ ତ୍ରୁଟି ସୁଧାରିବା ଓ ଯୋଡ଼ିବାକୁ ୩ଟି ଡକ୍ୟୁମେଣ୍ଟ ଆବଶ୍ୟକ। ଏଥିପାଇଁ ଜନ୍ମ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ ଓ ନିଜର ଫଟୋ ଆବଶ୍ୟକ।

Advertisment


— CEO Odisha (@OdishaCeo) October 1, 2021


— CEO Odisha (@OdishaCeo) October 1, 2021

ଅନ୍ୟପକ୍ଷେ, ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋର ସୋରରେ ଚାଲିଛି ପ୍ରସ୍ତୁତି। ଏହି କ୍ରମରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ସାମ୍ନାକୁ ଆସିଛି। ୨୦୧୭ରେ ହୋଇଥିବା ନିର୍ବାଚନକୁ ଦେଖିଲେ ଏଥର ୭ଟି ପଞ୍ଚାୟତ ଓ ୧୧୧ଟି ଓ୍ୱାର୍ଡକୁ ବାଦ୍ ଦିଆଯାଇଛି। 

Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ