Advertisment

ବ୍ରଜରାଜନଗରରେ ୨୭୯ ବୁଥ୍‌ : ଚାକିରିଆ ଭୋଟରଙ୍କ ପାଇଁ ୩ ଦିନ ଛୁଟି ବ୍ୟବସ୍ଥା

ବ୍ରଜରାଜନଗରରେ ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ଅଦ୍ୟତନ ହୋଇଛି
 Chief Electoral Officer, Sushil Kumar Lohani

Chief Electoral Officer, Sushil Kumar Lohani

Advertisment

ବ୍ରଜରାଜନଗର ଭୋଟ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ପରେ ନିର୍ବାଚନୀ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ୨୭୯ ବୁଥ୍ କରାଯାଇଛି । ଭୋଟ୍ ଗ୍ରହଣ ପ୍ରସ୍ତୁତି ନେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ କରାଯିବ । ଆବଶ୍ୟକ ସ୍ଥାନରେ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ସିଇଓ । ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

Advertisment

୧୩୩ ନୂଆ ଭୋଟରଙ୍କୁ ମିଶାଇ ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ । ଏଥି ମଧ୍ୟରୁ ୩୫୨୦ ଭିନ୍ନକ୍ଷମ, ୧୬୨୮ ଅଶୀତିପର, ୨୧୪ ଚାକିରିଆ ଭୋଟର ଅଛନ୍ତି । ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ କରାଯିବ । ଭୋଟରମାନେ ସୁରୁଖୁରୁରେ ଭୋଟ ଦେବା ନେଇ ବିଶେଷ ବ୍ୟବସ୍ଥା ହେବ ।

ଭୋଟ ଗ୍ରହଣ ଦିନ ସଂପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା କରାଯାଇଛି । ବାହାର ଅଞ୍ଚଳର ଚାକିରିଆ ଭୋଟରଙ୍କ ପାଇଁ ୩ ଦିନ ଛୁଟି ବ୍ୟବସ୍ଥା ରହିଛି । ସବୁ ଭୋଟରଙ୍କର ଥର୍ମାଲ ସ୍କାନିଂ ହେବ, ମାସ୍କ ପିନ୍ଧି ଆସିବାକୁ କହିଛନ୍ତି ସିଇଓ ।

Advertisment
Brajrajnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ